
ବ୍ରହ୍ମପୁର,୨୭/୯(ସୁରେଶ କୁମାର ପଣ୍ଡା): ବ୍ରହ୍ମପୁର ପାଣିଗ୍ରାହୀ ନଗର ସ୍ଥିତ ବରିଷ୍ଠ ସମାଜସେବୀ ଓ ପର ହିତକାରି ଲବକୁଶ ପଟ୍ଟନାୟକଙ୍କର ଗତ ୧୫୵୦୯୵୨୦୧୯ ତାରିଖରେ ପରଲୋକ ହୋଇଥିଲl । ଆଜି ତାଙ୍କର ଦ୍ବାଦଶ ଶ୍ରାର୍ଦ୍ଧ ଦିବସରେ ଆଜାଦ ହିନ୍ଦ ବିକାଶ ସଂଘର ସଭାପତି ନିଳାଞ୍ଚଳ ବିଶୋୟୀ, ଉପ ସଭାପତି ସମୀର ପଟ୍ଟନାୟକ, ହିନ ସାହୁ,ବୁଲୁ ପଟ୍ଟନାୟକ, ବିଜେଡି ରାଜ୍ୟ ସମ୍ପାଦକ କାହ୍ନୁ ପାତ୍ର ତଥା ବହୁ ଅଞ୍ଚଳରୁ ଲୋକ ଆସି ପୁଷ୍ପ ଅର୍ପଣ କରିଥିଲେ। ତାଙ୍କର ପିତା ନିଳାଞ୍ଚଳ ପଟ୍ଟନାୟକ ମଧ୍ୟ ଜଣେ ସ୍ବାଧୀନତା ସଂଗ୍ରାମୀ ଓ ଆଜାଦ ହିନ୍ଦୁ ଫୌଜର ସୌନିକ ଥିଲେ ।



