Monday, November 16, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ୨୦ ଏକର ଜମିରେ ଗଞ୍ଜେଇ...

ଗଞ୍ଜାମ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ୨୦ ଏକର ଜମିରେ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ

12

ସାନଖେମୁଣ୍ଡି,(ପ୍ରଫୁଲ୍ଲ ସାବତ): ଗଜପତି ସିମାନ୍ତ ଅଞ୍ଚଳ ପାଟପୁର ଥାନା ପଟିଗୁଡା ପଞ୍ଚାୟତ ରଥପୁର ଓ କେଶପୁର ଗ୍ରାମକୁ ଲାଗି ରହିଥିବା ପାହାଡ଼ ପାର୍ଶ୍ବରେ ରବିବାର ଦିବା ୧୦ ଘଣ୍ଟା ସମୟରେ ଗଞ୍ଜାମ ପୋଲିସ ଓ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ପ୍ରାୟ ୨୦ ଏକର ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷ କରାଯାଇଥିବା ୬୦ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଥିବା ଜଣାପଡ଼ିଛି ।

ଖବରନୁଯାୟୀ , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ନିରୀକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ରବିବାର ପୂର୍ବାହ୍ନରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ନେତୃତ୍ବରେ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ , ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ , ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ସାହୁ , ଏସ୍ ଆଇ ଶୁଭ୍ରଜିତ ସାମନ୍ତରାୟ , ଦିଗପହଣ୍ଡି ଅବକାରୀ ବିଭାଗ ଉପ ନିରୀକ୍ଷକ ଅଭିରାମ ସାହୁ , ଚିକିଟି ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡ଼ା , ବ୍ରହ୍ମପୁର ମୋବାଇଲ ଷ୍ଟ୍ରାଇକିଂ ଫୋର୍ସ ଏସ୍ ଆଇ ଶ୍ରୀଧର ମହାନ୍ତି , ସନ୍ତୋଷ ସାହୁ ଓ ବାଳକ ବିଶି ଉପସ୍ଥିତିରେ କର୍ମଚାରୀମାନେ ଚଢ଼ାଉ କରିଥିଲେ ।

ତେବେ ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆକଳନ ମୂଲ୍ୟ ବଜାରରେ ଛଅ କୋଟି ହେବ ବୋଲି ଜଣାପଡିଛି । ଏନେଇ ଅବକାରୀ ମାମଲା ନଂ ୭୬/୨୦ ଏନ୍ ଡିପିଏସ୍ ଧାରା ୨୦ (କ) ଅନୁସାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।

ଏନେଇ ଏକ ଅବକାରୀ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏହି ଚଢାଉ ସମୟରେ ଦିଗପହଣ୍ଡି ଅବକାରୀ ଉପ ନୀରିକ୍ଷକ ଶ୍ରୀ ସାହୁ ସମେତ ଏଏସ୍ଆଇ ବସନ୍ତ ବେହେରା , ନିରଞ୍ଜନ ବେହେରା , ଏନ୍.ତ୍ରିପତୀ , ସ୍ବଏମ୍ଭୁ କହଁର , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।