Sunday, October 11, 2026
Home ଜାତୀୟ ରାୟଗଡା ଜିଲ୍ଲାର ନିଆରା ପର୍ବ ମାରିଆ ଯାତ୍ରା ବା ନୂଆଖାଇ କାନ୍ଦୁଲ...

ରାୟଗଡା ଜିଲ୍ଲାର ନିଆରା ପର୍ବ ମାରିଆ ଯାତ୍ରା ବା ନୂଆଖାଇ କାନ୍ଦୁଲ ପର୍ବ ଗାଁ ଗାଁ ରେ ଚାଲିଛି ଏ ନୂଆଖାଇ ପର୍ବ ପର୍ବ ରେ ସାମିଲ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ତର ଗିରିଧାରୀ ଗମାଙ୍ଗ

113

ବିସମକଟକ,(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ନିଆରା ପର୍ବ ମାରିଆ ପର୍ବ ବା ନୂଆଖାଇ କାନ୍ଦୁଲ ପର୍ବ ପ୍ରତି ବର୍ଷ ଭଳି କାନ୍ଦୁଲ ହେବା ପରେ ଏହି ଜିଲ୍ଲାର ଆଦିମ ଆଦିବାସୀ ମାନେ କାନ୍ଦୁଲ କୁ ନୂତନ ଭାବେ ଖାଇବା ପୂର୍ବରୁ ଏବଂ କାନ୍ଦୁଲ ଅମଳ ହେବା ପରେ

ଟାଙ୍ଗୀ ଏବଂ ଛତର ବାଡ଼ି ଧରି ଟାଙ୍ଗୀ ଦେବତା ଙ୍କୁ ପୂଜା କରନ୍ତି ଟାଙ୍ଗୀ ଏବଂ ଛତର ବାଡ଼ି ଧରି ଗୋଟିଏ ଗାଁ ରୁ ଅନ୍ୟ ଏକ ଗାଁ କୁ ଯାଆନ୍ତି ଏବଂ ସେମାନେ ସେଠାରେ ପହଂଚିବା ପରେ ସେହି ଗ୍ରାମର ଲୋକେ ଟାଙ୍ଗୀ ଏବଂ ଛତର ବାଡ଼ି କୁ ନିମନ୍ତ୍ରଣ କରି ଆଣନ୍ତି ଏବଂ ଭୋଜିଭାତ ର ଆୟୋଜନ ମଧ୍ୟ ହୁଏ ଏଥି ସହିତ ଦୁଇ ଗ୍ରାମ ମଧ୍ୟରେ ସମ୍ପର୍କ ସୃଷ୍ଟି ହୁଏ ଏହା ଦ୍ୱାରା ରାତ୍ରି ଯାପନ ସମୟରେ ନାଚ ଗୀତ ରେ ରାତିସାରା ରହିବା ପରେ ତା ପରଦିନ ଟାଙ୍ଗୀ ଏବଂ ଛତର ବାଡ଼ି ଧରି ଆସିଥିବା ଅତିଥି ଙ୍କୁ ନୁଆ ଲୁଗା ଇତ୍ୟାଦି ଦେବାର ମଧ୍ୟ ପରମ୍ପରା

ରହିଛି ଏହି ଯାତ୍ରା ଦ୍ୱାରା ଦୁଇ ଗ୍ରାମ ରେ ଭାଇଚାରା ସୃଷ୍ଟି ହେବା ସହ ଅତୁଟ ସମ୍ପର୍କ ହେବାର ପରମ୍ପରା ରହିଥିବା କୁହନ୍ତି ଗ୍ରାମ ର ବୟୋଜ୍ୟୋଷ୍ଠ ବ୍ୟକ୍ତି ମାନେ ଏହି ମାରିଆ ପର୍ବ ବା କାନ୍ଦୁଲ ନୂଆଖାଇ ପର୍ବ ପାଞ୍ଚ ଦିନ ଧରି ଚାଲିବା ପରେ

ଶେଷ ଦିନ ଗାଁ ରେ ଥିବା ଗ୍ରାମ ଠାକୁରାଣୀ ଙ୍କ ନିକଟରେ ନୂତନ ଶସ୍ୟ କାନ୍ଦୁଲ କୁ ପୂଜା କରିବା ପରେ ଖାଉଥିବା ଖୋଦ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ଡକ୍ତର ଗିରିଧାରୀ ଗମାଙ୍ଗ। ।