Saturday, November 14, 2026
Home ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ମଦର ଆସର,ବହୁ ଗଣମାଧ୍ୟମ ରେ ଖବର ପ୍ରସାରଣ ହେବା...

କୃଷି ବିଭାଗ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ମଦର ଆସର,ବହୁ ଗଣମାଧ୍ୟମ ରେ ଖବର ପ୍ରସାରଣ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

156

ଚନ୍ଦ୍ରପୁର,(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ସରକାରୀ କାର୍ଯ୍ୟାଳୟରେ ମଦ୍ୟପ ସରକାରୀ ବାବୁ ଜମାଇଲେ ମଦର ଆସର । ସ୍ଥାନୀୟ ଲୋକେ ବିରୋଧ ପରେ ସରକାରୀ ବାବୁଙ୍କୁ ହଟହଟାର ଶିକାର ହେବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁର ବ୍ଲକ ଡାଙ୍ଗସରୋଡା କୃଷି ବିଭାଗ କାର୍ଯ୍ୟାଳୟରେ । ଉକ୍ତ କାର୍ଯ୍ୟାଳୟରେ ତିନି ଜଣ ସରକାରୀ ବାବୁ ଦିନଦ୍ବିପହରରେ ମତାଲ ହେଉଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଏହି ଘଟଣା ର ଅନୁଧ୍ୟାନ କରିବା ପାଇଁ ଆମେ ସେଠାରେ ପହଞ୍ଚିବା ପରେ ଏହି ଘଟଣାଟି ସ୍ଵାଧୀନତା ଦିବସ ଅଗଷ୍ଟ ୧୫ ଦିନର ତାହା ସ୍ପଷ୍ଟ ହୋଇଛି । ସରକାରୀ ବାବୁ ମାନଙ୍କ ଏପରି କାରନାମାକୁ ସ୍ଥାନୀୟ ଲୋକେ ବିରୋଧ କରି ଛନ୍ତି ।

ଏହି ମଧ୍ୟ ପାନ କରି ବସି ଥିବା ବାବୁ ଜଣକ ହେଉଛନ୍ତି ବିଷମକଟକ କୃଷି ଅଧିକାରୀ ଶିଶିର ବିଷୋଇ ଓ ମଦ୍ୟପାନ କରି ମାତାଲ ହୋଇ ଶୋଇ ଥିବା ବାବୁ ଜଣ ଙ୍କ ହେଉଛନ୍ତି ମାଓ ପ୍ରବଣ ଇଲାକା ଚନ୍ଦ୍ରପୁର ବ୍ଲକର ଡାଙ୍ଗସରୋଡା ଗ୍ରାମରେ ଥିବା କୃଷି ପରାମର୍ଶ କେନ୍ଦ୍ରେର କୃଷି ସହକାରୀ କୃଷି ଅଧିକାରୀ ରାମଲାଲ ସାବାଡବ। ।

ଏଭଳି ସ୍ଥିତିରେ ପୂର୍ବତନ ସରପଞ୍ଚ ଦୟା ପାତ୍ର ଓ କିଛି ସ୍ଥାନୀୟ ଲୋକେ ହଠାତ୍ କାର୍ଯ୍ୟାଳୟ ପରିସରକୁ ପସିବା ପରେ ଅଧିକାରୀ ମାନେ ହତବାକ୍ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଏପରି କାର୍ଯ୍ୟକୁ ବିରୋଧ କରିବା ବେଳେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି କଥା କଟାକଟି ହୋଇଥିବା ପୁର୍ବତନ ସରପଞ୍ଚ କହିଛନ୍ତି । ଏହି ଭିଡିଓ ପୁରୁଣା ହେଉ ବା ନୂଆ ହେଉ ତାହା ତଦନ୍ତ ନିହାତି ଆବଶ୍ୟକ ବୋଲି କହିଛନ୍ତି ବୁଦ୍ଧି ଜୀବି ମାନେ ଏବଂ ସମସ୍ତ ଗଣମାଧ୍ୟମ ରେ ପ୍ରକାଶ ପାଇ ଚାରି ଦିନ ବିତିଗଲା ବର୍ତ୍ତମାନ କୈଣସି ତଦନ୍ତ କରା ଯାଇ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।ଏହି ଘଟଣା ଏବେ ସାମାଜିକ ଗଣ ମାଧ୍ୟମରେ ଘୁରିବୁଲୁଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅନେକ ଥର ଏହି ଅଧିକାରୀ ମାନେ ନିଜ କାର୍ଯ୍ୟଆଳୟ ପରିସରରେ ହିଁ ମଦ୍ୟପାନ କରିଥାନ୍ତି । ତେବେ ଏନେଇ ଆମେ ସଂପୃକ୍ତ କୃଷି ସରକାରୀ ଅଧିକାରୀ ରାମଲାଲ୍ ସମାଦଙ୍କ ସହ ଯୋଗାଯୋଗ କରିଥିବାରୁ ସେ କହିଛନ୍ତି ଏହା ଆମ ଅଫିସରେ ଚାଲିଥିବା ସେ ନିଜେ ମାନି ଛନ୍ତି ଏବଂ ଏହି ଭିଡିଓ ଅତି ପୁରୁଣା ବୋଲି ସେ କହିଛନ୍ତି।ପୁରୁଣା ହେଉ ବା ନୂଆ ହେଉ ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ ବୋଲି କହିଛନ୍ତି ଚର୍ଚ୍ଚା ହେଉଛି ବୁଦ୍ଧି ଜୀବି ମହଲାରେ ଓ ଏହା ଭିଜିଲାନ୍ସ ବିଭାଗ ତଦନ୍ତ ହେଲେ ଭିତର ରହସ୍ୟ ସବୁ ଲୋକଲୋଚନକୁ ଆସିବା ବୋଲି ଜନ ସାଧାରଣ ଙ୍କ ଦାବି।। । ତେବେ ଘଟଣା ଯେତେ ପୁରୁଣା ହେଲେ ମଧ୍ୟ ଗୋଟିଏ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ସରକାରୀ ବାବୁ ମାନେ ମଦ୍ୟପାନ କରିବା କେତେଦୂର ଯଥାର୍ଥ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଏହି ଘଟଣାରେ ବିଭାଗୀୟ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।