
ବାଲିଗୁଡା, ୨୭/୯(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ “ଲୋକ ସାହିତ୍ୟରେ ଲୋକ ଜୀବନ “ଏକ ପାଠଚକ୍ର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା,ସମ୍ମାନିତ ଅତିଥି ଭାବେ ଲଲାଟେନ୍ଦୁ ଦଳପତି, କାର୍ତ୍ତିକ ଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ଅଧ୍ୟାପିକା ସୁଲୋଚନା କହଁର, ସ୍ନେହଲତା ମାଝୀ,ପାଠଚକ୍ର ସମ୍ପର୍କ ରେ ସମ୍ୟକ ସୂଚନା ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କର ପାଠଚକ୍ର ସମ୍ପର୍କତ ସମସ୍ତ ସନ୍ଦେହ ମୋଚନ କରିଥିଲେଥିଲେ l ବିଭାଗୀୟ ଛାତ୍ର ସୁଶୀଲ କୁମାର ଦିଗାଲ ପାଠଚକ୍ର ପଠନ କରିଥିଲେ l ଶେଷରେ ପାଠଚକ୍ର ସମ୍ପାଦକ ନୀଳାମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l



