
ବିଷମକଟକ/ରାୟଗଡ଼ାଜ଼ିଲ୍ଲା/କଳାହାଣ୍ଡି(ପ୍ରସନ କୁମାର ପଣ୍ଡା): ବୋଲେର ରେ ୫ ଦୁର୍ବୁତ୍ତ ଟ୍ରକକୁ ଅଟକାଇ ଡ୍ରାଇଭର କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ଟଙ୍କା ଲୁଟିନେଇଛନ୍ତି । ଏହି ଟ୍ରକ ଟି ଗତକାଲି ବିଳମ୍ବିତ ରାତିରେ ରାଉରକେଲା ରୁ ବିଶାଖା ପାଟଣା ଅଭିମୁଖେ ବଲ୍ସଆଇଡ଼ ନେଇ ଯାଉଥିବା ସମୟୟ ରେ ଏପରି ଘଟଣା ଘଟିଛି ।
କଳାହାଣ୍ଡି ଜିଲ୍ଲା ନର୍ଲ୍ଲା ଥାନା ସିକର କୁପା ଫାଣ୍ଡି ଅଧୀନରେ ଥିବା କଦଳୀ ଘାଟି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେର ରେ ୫ ଜଣ ଦୁର୍ବୁତ ମାନେ ଟ୍ରକ କୁ ଅଟାକାଇବା ସହ ଡ୍ରାଇଭର କୁ ନିସ୍ତୁକ ମାଡ଼ ମାରି ଯାହା ପାଖରେ ଥିବା ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଘଟଣା ଟି ଘଟିବା ପରେ ଭୟବିତ ଅବସ୍ଥାରେ ଡ୍ରାଇଭର ଜଣକ ସେଠାରୁ ଟ୍ରକ ଧରି ବିଷମ କଟକ ଥାନ ଅଧୀନରେ ଥିବା ଛାଞ୍ଚଡା ଗୁଡ଼ା ଗ୍ରାମ ନିକଟ କୁ ଆସିବା ପରେ ସେ ଅସୁସ୍ଥ ହେବାସହ ସେଠାରେ ଅଚେତା ହୋଇ ପଡ଼ିଥିଲେ ।
ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ଡ୍ରାଇଭର କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ପରେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ମାମଲାର ତଦନ୍ତ କରୁଛି । ଡ୍ରାଇଭର ଜଣକ କାର୍ତ୍ତିକ ମଲ୍ଲିକ ବୋଲି ଜଣା ଅପଡିଥିବା ବେଳେ ତାଙ୍କ ଘର ବାଲେଶ୍ୱର ରଣସାହି ବୋଲି ପୋଲିସ ସୂଚନା ଦେଇଛି ।







