Saturday, November 14, 2026
Home ଜିଲ୍ଲା ଖୋର୍ଦ୍ଧା ଫିଟ୍ ଇଣ୍ଡିଆ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜିତ

ଫିଟ୍ ଇଣ୍ଡିଆ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜିତ

84

ଜଟଣୀ,(ସଞ୍ଜୀବ କୁମାର):ଖୋର୍ଦ୍ଧା ଜିଲ୍ଲା ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଆଇଆଇଟି) ଜଟଣୀସ୍ଥିତ ଅରଗୁଳୁ କ୍ୟାମଠାରେ ‘ଫିଟ୍ ଇଣ୍ଡିଆ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆରଭି ରାଜକୁମାର କାର୍ଯ୍ୟକ୍ରମକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ରାଜକୁମାର କହିଛନ୍ତି ଯେ, ପ୍ରତ୍ୟେକ ନାଗରିକ ଶାରୀରିକ ଓ ମାନସିକ ସୁସ୍ଥତା ଚାହୁଁଥିଲେ ଯୋଗ ନିତ୍ୟାନ୍ତ ଜରୁରୀ । କେବଳ ଶିକ୍ଷାର୍ଥୀ ଏବଂ ବିଦ୍ୟାର୍ଥୀ ନୁହେଁ ଦେଶର ପ୍ରତ୍ୟେକ ବ୍ୟକ୍ତି ଏହାକୁ ଆପଣେଇବା ଆବଶ୍ୟକ ।

ତେବେ ଯାଇ ଦେଶ ସୁସ୍ଥ ତଥା ଫିଟ୍ ରହିବ । ଏଥିପାଇଁ ଆଇଆଇଟି ସାଇକେଲ ପ୍ରଥାକୁ ପୋଷ୍ୟଭାବେ ଗ୍ରହଣ କରିଛି । ଏହାକୁ ଆମ ଛାତ୍ରଛାତ୍ରୀମାନେ ଆଦର ସହିତ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି । ଫିଟ୍ ଇଣ୍ଡିଆ ସାଇକ୍ଲୋଥନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ୮୦ଜଣ ସଦସ୍ୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ଆୟୋଜିତ କରାଯାଇଥିଲା ।

ଆଇଆଇଟି ଝୁଣ୍ଡେଣ୍ଟ ଆଫାୟାରସ୍ ଡିନ୍ ପ୍ରଫେସର ଭିଆର ପେଡିରେଠୀ, ରେଜିଷ୍ଟାର ଦେବରାଜ ରଥ, ଗେମ ଆଣ୍ଡ ସୋର୍ଟସର ଆଡ୍ଭାଇଜର ତଥା ଫାକଲ୍ଲି ଷ୍ଟୁଣ୍ଡେଣ୍ଟ ଜିମଖାନା ଡ.ଅଲିଭ ରାଏ, ଇଏଏ କୋଡ଼ିନେଟର ଶ୍ରୀକାନ୍ତ ଗୋଲାପୁଡି ଉପସ୍ଥିତ ରହିଥିବା ବେଳେ ଡ.ସଙ୍କର୍ଷଣ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା ଓ କରିଥିଲେ ।