Saturday, October 10, 2026
Home ଆଞ୍ଚଳିକ ଦିଲ୍ଲୀ ଫେସନ ସୋ’ରେ ପୁରସ୍କୃତ ହେଲେ ବ୍ରହ୍ମପୁରର ସବିତା

ଦିଲ୍ଲୀ ଫେସନ ସୋ’ରେ ପୁରସ୍କୃତ ହେଲେ ବ୍ରହ୍ମପୁରର ସବିତା

67
ସବିତା ମହାଙ୍କୁଡ଼

ବ୍ରହ୍ମପୁର,{ଏସ ଏମ ପି}:ଦିଲ୍ଲୀର ଗ୍ରେଟର ନୋଏଡ଼ାର କ୍ରାଉନ୍ ପ୍ଲାଜାରେ ଏମ୍ଆଇକୁ୍ୟଏଚ୍ ଦ୍ୱାରା ମିସ୍ ଆଣ୍ଡ ମିସେସ୍ କ୍ୱିନ୍ ଅଫ୍ ହାର୍ଟସ ଫେସନ ସୋ’ର ତୃତୀୟ ସଂସ୍କରଣ ଡ଼ିସେମ୍ବର ୨୧ ତାରିଖରୁ ଡ଼ିସେମ୍ବର ୨୩ ତାରିଖ ତିନି ଦିନ ବ୍ୟାପୀ ଅନୁଷ୍ଟିତ ହୋଇଥିଲା । ନିଦେ୍ର୍ଧଶିକା ସୋନିଆ ଅଗ୍ରୱାଲ୍ ଏହାର ମୁଖ୍ୟ ନିଦେ୍ର୍ଧଶିକା ଥିବାବେଳେ ଏଥିରେ ସହ ନିଦେ୍ର୍ଧଶକ ଅଙ୍କୁର ଅଗ୍ରୱାଲ୍ ମଧ୍ୟ ଯୋଗ ଦେଇଥିଲେ । ମୁଖ୍ୟତଃ ମହିଳା ସଶସ୍ତ୍ରୀକରଣ ଏହି ତୃତୀୟ ସଂସ୍କରଣ ମୁଖ୍ୟ ଉଦେ୍ଧଶ୍ୟ ରହିଥିଲା ।

ଏହା ଏକ ପ୍ଲାଟଫର୍ମ ଯେଉଁଥିରେ ଗୃହିଣୀ ଏବଂ ମହିଳାମାନେ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇ ପାରୁନଥିଲେ, ସେମାନଙ୍କୁ ଏହି ଫେସନ ସୋ ପ୍ରୋତ୍ସାହିତ କରିବ ବୋଲି ନିଦେ୍ର୍ଧଶିକା କହିଥିଲେ । ଏଥିରେ ସାରା ଦେଶରୁ ବଛା ବଛା ଯୁବତୀ ଏବଂ ଗୃହିଣୀ ଯୋଗଦେଇ ଫେସନ ଜରିଆରେ ନିଜର କଳାର ପରିଚୟ ଦେଇଥିଲେ ।

ଡ଼ିସେମ୍ବର ୨୩ ତାରିଖରେ ଏହାର ଫାଇନାଲ୍ ଅନୁÂିତ ହୋଇଥିଲା । ଏଥିରେ ବ୍ରହ୍ମପୁରର ବ୍ୟାଙ୍କ କଲୋନୀ ତୃତୀୟ ଗଳି ନିବାସୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ପତ୍ନୀ ସବିତା ମହାଙ୍କୁଡ଼ ଯୋଗଦେଇ ଅଦ୍ଭୁଦପୂର୍ବ ସଫଳତା ପାଇଛନ୍ତି । ସେ ଦୁଇଟି କ୍ୟାଟେଗୋରିରେ ବେଷ୍ଟ ବିବେଚିତ ହୋଇଛନ୍ତି । ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ସବିତା ମିସ୍ ବିୟୁଟି ୱିଥ ବ୍ରେନ-୨୦୨୦ ଏବଂ କ୍ଲାସିକ୍ ଫିଟ୍-୨୦୨୦ ବିବେଚିତ ହୋଇଛନ୍ତି ।

ସବିତା ବ୍ରହ୍ମପୁରର ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ଟାୱାର ଲାଇନ୍ରେ ଥିବା ଜାଗୃତି ଫିଟ୍ନେସ୍ ପଏଣ୍ଟରେ ଟ୍ରେନିଂ ନେଉଥିଲେ । ଏଠାରେ ଟ୍ରେନିଂ ନେଇ ସେ ବହୁତ କିଛି ଶିକ୍ଷାଲାଭ କରି ନିଜର କଳାକୁ ଜାତୀୟସ୍ତରରେ ଦେଖାଇ ପାରିଛନ୍ତି । ଜାଗୃତି ଫିଟ୍ନେସନ ପଏଣ୍ଟର ଆଧୁନିକ ଯନ୍ତ୍ରାଂଶ ଏବଂ ଉଚ୍ଚକୋଟିର କୋଚ୍ମାନଙ୍କଠାରୁ ଶିକ୍ଷାଲାଭ କରି ନିଜର ସୁନ୍ଦରତାକୁ ଦେଖାଇବାରେ ଫଳପ୍ରଦ ହୋଇପାରିଛନ୍ତି । ଏଥିପାଇଁ ସବିତା ଜାଗୃତି ଫିଟ୍ନେସ ପଏଣ୍ଟର ନିଦେ୍ର୍ଧଶିକା ରଶ୍ମିତା ପଣ୍ଡା ଏବଂ କୋଚମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ସବିତାଙ୍କୁ ମଧ୍ୟ ନିଦେ୍ର୍ଧଶିକା ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଜାଗୃତି ଫିଟ୍ନେସ୍ ପଏଣ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଏନେଇ ଡ଼ିସେମ୍ବର ୩୧ ତାରିଖରେ ଜାଗୃତି ଫିଟ୍ନେସ ପଏଣ୍ଟରେ ସବିତା ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରୁଥିବା ଜଣାପଡ଼ିଛି ।