
ବିସମକଟକ,(ପ୍ରସନ୍ନ କୁମାର ପଣ୍ଡା): ଆଜି ସନ୍ଧ୍ୟାରେ ନିଆଁ ଲାଗି ଖଳାରେ ରଖାଯାଇଥିବା 20ରୁ ଉର୍ଦ୍ଧ ଧାନ ଗଦା ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବାର କାରଣ ଜଣା ପଡୁନଥିବା ବେଳେ ମୁନିଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ବଡ଼ମୁଦ୍ରା ଗାଁର 20ଜଣ ଚାଷୀ ସେମାନଙ୍କ 50ଏକରରୁ ଉର୍ଦ୍ଧ ଜମିର ଧାନ ଖଳାରେ ଗଦା କରି ରଖିଥିବା ବେଳେ ଆଜି କୌଣସି କାରଣରୁ ନିଆଁ ଲାଗି ସମ୍ପୂର୍ଣ ପୋଡିଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ଧାନ ଗଦା ଗୁଡିକ ସମ୍ପୁର୍ଣଭାବେ ପୋଡି ଯାଇଥିବା ବେଳେ ସେମାନେ ନିଆଁକୁ ଆୟତ କରିଛନ୍ତି। ଅପର ପକ୍ଷେ ରାଜସ୍ବ ବିଭାଗ ଅଧିକାରୀ ଘଟଣା ସ୍ଥଳ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି।







