Sunday, October 11, 2026
Home ଜିଲ୍ଲା କନ୍ଧମାଳ ବିଜେଡି ପ୍ରତିଷ୍ଠା ଦିବସରେ ବାଲିଗୁଡା ଠାରେ ବିଶାଳ ବାଇକ ରାଲି

ବିଜେଡି ପ୍ରତିଷ୍ଠା ଦିବସରେ ବାଲିଗୁଡା ଠାରେ ବିଶାଳ ବାଇକ ରାଲି

73

କନ୍ଧମାଳ,(ସୁକାନ୍ତ କୁମାର ତ୍ରିପାଠୀ): ବାଲିଗୁଡାଠାରେ ବିଜେଡିର ଚବିଶ ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡି କାର୍ଯ୍ୟଳୟ ନିକଟରୁ ଏକ ବିଶାଳ ବାଇକ ରାଲି ବାହାରି କଂଜାମେଣ୍ଡି ଛକ ରେ ପହଂଚି ଥିଲା |ସମସ୍ତ ବିଜେଡି କର୍ମୀ ସ୍ଥାନୀୟ ରାମେଶ୍ୱର ମନ୍ଦିର ପଡିଆରେ ଯୋଗ ଦେଇ ଥିଲେ | ଏହି ବାଇକ ରାଲିରେ ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ପାଞ୍ଚଶହ ଟି ବାଇକ ରେ ଦଳୀୟ କର୍ମୀ ବିଜେଡି ଜିନ୍ଦାବାଦ, ନବୀନ ପଟନାୟକ ଜିନ୍ଦାବାଦ, ବିଜୁ ବାବୁ ଅମର ରହେ, ସାଂସଦ ଅଚ୍ୟୁତ ସାମନ୍ତ ଜିନ୍ଦାବାଦ ସୋଗାନ ଦେଇ କ ନୂଆଗାଁ ବିଜେଡି ପ୍ରତିଷ୍ଠା ଦିବସ କୁ ଯାଇଥିଲେ |

ଏହି ରାଲିରେ ବାଲିଗୁଡା ଯୁବ ନଗର ସଭାପତି ସୁଜିତ କୁମାର ପାଳ, ସମ୍ପାଦକ ଏମଡି ସାବେଜ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଅବନୀ କାନ୍ତ ନାୟକ, ଏମଡି ସୋନୁ କାଉନସିଲର ବରଦା ପ୍ରସାଦ ମିଶ୍ର ସମେତ ଶତାଧିକ ଦଳୀୟ ବିଜେଡି କର୍ମୀ ବାଇକ ରାଲି ରେ ଯୋଗ ଦେଇଥିଲେ |