
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ମଣ୍ଡଳୀ ସ୍ୱରୀୟ ଚବିଶ ତମ ବିଜେଡି ପ୍ରତିଷ୍ଠା ଦିବସ କ ନୂଆଗାଁ ବ୍ଲକ ସ୍ଥିତ ରାମେଶ୍ୱର ମନ୍ଦିର ପଡିଆ ଠାରେ ପାଳିତ ହୋଇଛି | ଏଥିରେ କୋଟଗଡ, ତୁମୁଡିବନ୍ଧ, ବାଲିଗୁଡା ଓ କ ନୂଆଗାଁ ବ୍ଲକ ର ଶତାଧିକ ଦଳୀୟ କର୍ମୀ ନେତୃବୃନ୍ଦ ଯୁବ, ଛାତ୍ର ମହିଳା ସଂଗଠନ ର ସଦସ୍ୟ, ନିର୍ବାଚିତ ଜନ ପ୍ରତିନିଧି କଂଜାମେଣ୍ଡି ଛକ ଠାରୁ ଶୋଭାଯାତ୍ରା ରେ ବାହାରି ରାମେଶ୍ୱର ମନ୍ଦିର ପଡିଆରେ ପହଂଚି ବିଜେଡି ର ପ୍ରତିଷ୍ଠା ଦିବସ ରେ ଏକ ସାଧାରଣ ସଭା ରେ ଯୋଗ ଦେଇ ଥିଲେ |
ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫୋଟୋ ଚିତ୍ର ରେ ଦଳୀୟ କାର୍ଯ୍ୟକର୍ତ୍ତା ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା. ଏଥିରେ ମୂଖ୍ୟ ଅତିଥିଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହିଁର, ସନମାନିତ ଅତିଥରୂପେ ପୂର୍ବତନ ବିଧାୟକ ରାଜୀବ ପାତ୍ର ଯୋଗ ଦେଇ ବିଜେଡି ଦଳ ର ନୀତି ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ ବିକାଶ କାର୍ଯ୍ୟ କୁ ପାଥେୟ କରି ଦଳ କୁ ଆଗକୁ ନେବାକୁ ଦଳୀୟ କର୍ମୀ କୁ ଆହ୍ୱାନ ଦେଇଥିଲେ. ମୁଖ୍ୟବକ୍ତା ରୂପେ ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସ୍ୱଚ୍ଛ ଶାସନ ଓ ବିଭିନ୍ନ କଲ୍ୟାଣ ଯୋଜନା ସମ୍ପର୍କ ରେ ଦଳୀୟ କର୍ମୀ ଙ୍କୁ ବୁଝାଇ ଥିଲେ |
ଅନ୍ୟ ମାନଙ୍କ ମଧ୍ୟ ରେ ତୁମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ବାଲିଗୁଡା ଏନଏସି ଅଧ୍ୟକ୍ଷ ଲୋକ ନାଥ ପାଢ଼ୀ, କୋଟଗଡ ସାଂସଦ ପ୍ରତିନିଧି ମନୋଜ ସାବତ, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର , କ ନୂଆଗାଁ ବ୍ଲକ ସଭାପତି ବାସୁଦେବ ପଣ୍ଡା ସମେତ ବରିଷ୍ଟ କର୍ମ କର୍ତ୍ତା ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖି ଥିଲେ |




