Saturday, November 14, 2026
Home ଜିଲ୍ଲା ଖୋର୍ଦ୍ଧା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ, ତିନୋଟି ମୂଖ୍ୟ ସମସ୍ୟାର ହେବ ସମାଧାନ

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ, ତିନୋଟି ମୂଖ୍ୟ ସମସ୍ୟାର ହେବ ସମାଧାନ

167

ଜଟଣୀ,(ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ କୁଦିଆରୀ ଛକଠାରେ ଆୟୋଜିତ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳର ଖୋର୍ଦ୍ଧାଜିଲା ସଭାପତି ବିଭୂତି ଭୂଷଣ ବଳନ୍ତରାୟ ଅତିଥୀଭାବେ ଯୋଗଦେଇ କହିଥିଲେ ଯେ, ଜଟଣୀ ସହରରେ ରହିଥିବା ମୂଖ୍ୟ ୩ଟି ସମସ୍ୟା ତଥା ଶ୍ରୀ ଜଗନ୍ନାଥ ମହାପୁରୁ ବିଜେଙ୍କ ନାମରେ ଭୁଲ ବସତଃ ଜନସାଧାରଣଙ୍କ ଜମିର ମାଲିକାନା ହୋଇଯାଇଥିବା ବେଳେ ଏଖରାଜାତ ମାହାଲ ସୁରକ୍ଷା ଉପରେ ତୁରନ୍ତ ସମାଧାନ କରିବା ।

ସେହିପରି ଝୁମ୍ପୁଡି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ, ରାସ୍ତାଘାଟ ଏବଂ ଟାଉନଖାସମାହାଲ ଜମିରେ ରହିଥିବା ବାସିନ୍ଦାମାନଙ୍କୁ ପଟ୍ଟା ଯୋଗାଇଦେବା ପ୍ରଭୃତି ସମସ୍ୟାର ତୁରନ୍ତ ସମାଧାନ କରି ସେମାନଙ୍କ ସ୍ଥାୟୀତ୍ୱ କରିବାପାଇଁ ରାଜ୍ୟର ପ୍ରମୁଖ ତଥା ଲୋକପ୍ରୀୟ ଦଳ ସଂକଳ୍ପବଦ୍ଧ ବୋଲି ଆଜି ସ୍ଥାନୀୟ କୁଦିଆରୀଠାରେ ଆୟୋଜିତ ୨୪ତମ ପ୍ରତିଷ୍ଠା ଦିବସରେ କହିଛନ୍ତି ।

ସେ ଆହୁରୀ କହିଛନ୍ତି ଯେ, ଆମ୍ଭେ ଜଟଣୀବାସୀ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାଲାଗି ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲୁ ତାହା ଖୁବଶିଘ୍ର କାର୍ଯ୍ୟକାରୀ ହେବ । ସେହିପରି ଜଟଣୀର ବିଭିନ୍ନ ସମସ୍ୟକୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଉପସ୍ଥାପନ କରିଛୁ । ତେଣୁ ଜଟଣୀର ବିଭିନ୍ନ ସମସ୍ୟଗୁଡିକ ଧୀରେଧୀରେ କାର୍ଯ୍ୟକାରୀ ହେଉଛି ।

କେବଳ ଏକମାତ୍ର ଦଳ ବିଜୁଜନତା ଦଳ ଲୋକମାନଙ୍କ ସେବାରେ ଅତୁଟ ରହିବ । ତେଣୁ ବିଜୁଜନତା ଦଳର କୈାଣସି ବୈଠକ ହେଲେ ସେଠାରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ସ୍ମୃତି,ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାରୀତା ଏବଂ ରାଜ୍ୟର ପ୍ରମୁଖ ଦଳ ବିଜୁଜନତା ଦଳ ସମନ୍ଧରେ କେବଳ କର୍ମିମାନେ ଆଲୋଚନା କରିପାରିବେ ।

ଦଳିୟ କାର୍ଯ୍ୟକ୍ରମରେ ଅନ୍ୟ କୈାଣସି ସମାଲୋଚନାକୁ ପ୍ରସୟ ଦିଆଯିବ ନାହିଁ ବୋଲି ଜିଲାସଭାପତି ଶ୍ରୀ ବଳବନ୍ତରାୟ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ସହିତ ଜିଲାପରିଷଦ ସଭାପତି ପ୍ରଫୁଲ ଦଳେଇ,ଜଟଣୀ ନଗର ସଭାପତି ଆଶୁତୋଷ ପ୍ରତାପସିଂହ,ସନ୍ତୋଷ ଜେନା,ରାଜକିଶୋର ସ୍ୱାଇଁ, ବିଜୟ କୁମାର ପଣ୍ଡା,

ବିଭୂତିଭୂଷଣ ମିଶ୍ର, ଅନ୍ନପୁର୍ଣ୍ଣା ସାହୁ, ବିଜୟ କୁମାର ପଣ୍ଡା, ବୀରକିଶୋର ସେଠୀ, ନଳିନୀ ମହାରଥୀ, ଶଶାଙ୍କ ଶେଖର ରାୟ, ଅନନ୍ତ ଶତପଥୀ, ସୁଦର୍ଶନ ସୁନ୍ଦରାୟ, ବାବୁ ହୋତା, ହେମନ୍ତ କୁମାର ମହାପାତ୍ର, ସୈାମ୍ୟାସୋମାଲିକା ରାଏ,ମହମ୍ମଦ ଆରିଫ,ସୁଶାନ୍ତ ପାଲଟାସିଂହ, କୈଳାଶଚନ୍ଦ୍ର ମହାପାତ୍ର ସମେତ ସମସ୍ତ କର୍ମିଯୋଗଦେଇଥିଲେ ।

ସେହିପରି ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ ପଚାଂୟତର ତିରିମଲସ୍ଥିତ ମଙ୍ଗଳା ମନ୍ଦିରଠାରେ ବିଜୁ ଜନତାଦଳର ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଆୟୋଜିତ ହୋଇଥିଲା । ଶହଶହ ଜନସମାଗମ ମଧ୍ୟରେ ଏହି ପ୍ରତିଷ୍ଠାଦିବସ ଆୟୋଜିତ ହୋଇଥିଲା ।

ସେହି କ୍ରମରେ ସଭାପତି ଶ୍ରୀ ବଳବନ୍ତରାୟ କହିଥିଲେ ଯେ, “ଆଂଚଳିକ ଦଳ ଅଂଚଳବାସୀଙ୍କ ବଳ’ । ତେଣୁ ଜଟଣୀ ଅଂଚଳର ପ୍ରତ୍ୟେକ ବ୍ୟକ୍ତିଙ୍କ ସମସ୍ୟାପ୍ରତି ଦୃଷ୍ଟିଦେଇ ସମାଧାନର ପନ୍ଥା ବାହାର କରାଯିବ ବୋଲି କହିଛନ୍ତି ।