Home ଜିଲ୍ଲା ସୁନ୍ଦରଗଡ଼ ପୌର ପାଳିକା ର ଅବହେଳା,ଗୃହପାଳିତ ପଶୁଙ୍କ ପାଇଁ ସାଜିଛି ବିପଦ

ସୁନ୍ଦରଗଡ଼ ପୌର ପାଳିକା ର ଅବହେଳା,ଗୃହପାଳିତ ପଶୁଙ୍କ ପାଇଁ ସାଜିଛି ବିପଦ

21


ସୁନ୍ଦରଗଡ଼(ବିଶ୍ବରଂଜନ ହୋତା): ସୁନ୍ଦରଗଡ଼ ପୌରପାଳିକା ଦ୍ଵାରା ସହରର କଠିନ ବର୍ଜ୍ୟବସ୍ତୁ କୁ ପକାଇବା ପାଇଁ ବାଇପାସ୍ ରୋଡ଼ ସ୍ଥିତ ପିଠା ଭୂଇଁ ଅଞ୍ଚଳରେ ଏକ ସ୍ଥାନ ଚିହ୍ନଟ କରାଯାଇ ପାଚେରୀ ମଧ୍ୟ ନିର୍ମାଣ କରାଯାଇଛି। ମାତ୍ର ସେହି ବର୍ଜ୍ୟବସ୍ତୁ ସବୁ ପାଚେରୀ ଭିତରେ ନ ପକାଇ ରାସ୍ତାକଡ଼ରେ ପକାଯାଉଛି

ଯାହା ଫଳରେ ଗୃହପାଳିତ ପଶୁ ଯଥା ଗାଈ,ବଳଦ,ଛେଳି ଆଦି ଚାରଣ ପାଇଁ ଯାଇ ସେଠାରେ ସେହି ବର୍ଜ୍ୟବସ୍ତୁ ରେ ପଡ଼ିଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଆବର୍ଜନା ଗୁଡ଼ିକୁ ଖାଇ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁବରଣ କରୁଛନ୍ତି।

ଅନେକ ସମୟରେ ଆବର୍ଜନାରେ ନିଆଁ ମଧ୍ୟ ଲଗାଇ ଦେଉଛନ୍ତି।ପାଖରେ ବାଇପାସ୍ ରାସ୍ତା ଥିବାରୁ ନିଆଁ ଲଗାଇବା ଯୋଗୁଁ ଲୋକଙ୍କ ଚଳପ୍ରଚଳ ରେ ମଧ୍ୟ ଅସୁବିଧା ହେଉଛି।

ଚଳିତ ମାସ ୪ ତାରିଖ ଦିନ ସ୍ୱଚ୍ଛ ସୁନ୍ଦରଗଡ଼ ପାଇଁ ସୁନ୍ଦର ପଦକ୍ଷେପ ନେଇଥିବା ବେଳେ ଏହାର କାର୍ଯ୍ୟକାରିତା ଉପରେ ଏହା ଏକ ପ୍ରଶ୍ନବାଚୀ। କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଇନ୍ – ୨୦୧୬ ର ଖୋଲା ଉଲଂଘନ କରୁଛି ସୁନ୍ଦରଗଡ଼ ପୌରପାଳିକା। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଠୋସ୍‌ ସମାଧାନ ଯଥା ଶୀଘ୍ର କରିବା ପାଇଁ ଜଣ ସାଧାରଣରେ ଦାବି ହେଉଛି।