Wednesday, November 11, 2026
Home ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ମଦର ଆସର

କୃଷି ବିଭାଗ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ମଦର ଆସର

66

ଚନ୍ଦ୍ରପୁର/ବିଷମକଟକ/ରାୟଗଡା ଜ଼ିଲ୍ଲା(ପ୍ରସ୍ନନ କୁମାର ପଣ୍ଡା) : ସରକାରୀ କାର୍ଯ୍ୟାଳୟରେ ମଦ୍ୟପ ସରକାରୀ ବାବୁ ଜମାଇଲେ ମଦର ଆସର । ସ୍ଥାନୀୟ ଲୋକେ ବିରୋଧ ପରେ ସରକାରୀ ବାବୁଙ୍କୁ ହଟହଟାର ଶିକାର ହେବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁର ବ୍ଲକ ଡାଙ୍ଗସରୋଡା କୃଷି ବିଭାଗ କାର୍ଯ୍ୟାଳୟରେ । ଉକ୍ତ କାର୍ଯ୍ୟାଳୟରେ ତିନି ଜଣ ସରକାରୀ ବାବୁ ଦିନଦ୍ବିପହରରେ ମତାଲ ହେଉଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ।

ଏହି ଘଟଣା ର ଅନୁଧ୍ୟାନ କରିବା ପାଇଁ ଆମେ ସେଠାରେ ପହଞ୍ଚିବା ପରେ ଏହି ଘଟଣାଟି ସ୍ଵାଧୀନତା ଦିବସ ଅଗଷ୍ଟ ୧୫ ଦିନର ତାହା ସ୍ପଷ୍ଟ ହୋଇଛି । ସରକାରୀ ବାବୁ ମାନଙ୍କ ଏପରି କାରନାମାକୁ ସ୍ଥାନୀୟ ଲୋକେ ବିରୋଧ କରିଛି । ଚନ୍ଦ୍ରପୁର ବ୍ଲକର ଡାଙ୍ଗସରୋଡା ଗ୍ରାମରେ ଥିବା କୃଷି ପରାମର୍ଶ କେନ୍ଦ୍ରରେ ସହକାରୀ କୃଷି ଅଧିକାରୀ ରାମଲାଲ ସମଦ ବିଷମକଟକର ସହକାରୀ କୃଷି ଅଧିକାରୀ ଶିଶିର ବିଶୋଇ ଓ ସ୍ବେଛାସେବୀ ଅନୁଷ୍ଠାନ ଆତ୍ମାର ଦୁଇ ଜଣ ଅଧିକାରୀ କୃଷି ବିଭାଗ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିଲେ ।

ଏଭଳି ସ୍ଥିତିରେ ପୂର୍ବତନ ସରପଞ୍ଚ ଦୟା ପାତ୍ର ଓ କିଛି ସ୍ଥାନୀୟ ଲୋକେ ହଠାତ୍ କାର୍ଯ୍ୟାଳୟ ପରିସରକୁ ପସିବା ପରେ ଅଧିକାରୀ ମାନେ ହତବାକ୍ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଏପରି କାର୍ଯ୍ୟକୁ ବିରୋଧ କରିବା ବେଳେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି କଥା କଟାକଟି ହୋଇଥିବା ପୁର୍ବତନ ସରପଞ୍ଚ କହିଛନ୍ତି ।କିଛି ସମୟ ପରେ ଉକ୍ତ 4ଜଣ ଅଧିକାରୀ କୃଷି ପରାମର୍ଶ କେନ୍ଦ୍ର ଛାଡି ଅନ୍ୟତ୍ର ଚାଲିଯାଇଥିଲେ ।

ଏହି ଘଟଣା ଏବେ ସାମାଜିକ ଗଣ ମାଧ୍ୟମରେ ଘୁରିବୁଲୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅନେକ ଥର ଏହି ଅଧିକାରୀ ମାନେ ନିଜ କାର୍ଯ୍ୟଆଳୟ ପରିସରରେ ହିଁ ମଦ୍ୟପାନ କରିଥାନ୍ତି । ତେବେ ଏନେଇ ଆମେ ସଂପୃକ୍ତ କୃଷି ସରକାରୀ ଅଧିକାରୀ ରାମଲାଲ୍ ସମାଦଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହେଇ ପାରିନଥିଲା ।

ତେବେ ଏନେଇ ଆମେ ଜିଲ୍ଲା କଷି ଅଧିକାରୀଙ୍କ ପଚାରିବାରୁ ସେଏହି ଘଟଣା ଅତି ପୂରୁଣା ବୋଲି କହିଥିଲେ । ତେବେ ଘଟଣା ଯେତେ ପୁରୁଣା ହେଲେ ମଧ୍ୟ ଗୋଟିଏ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ସରକାରୀ ବାବୁ ମାନେ ମଦ୍ୟପାନ କରିବା କେତେଦୂର ଯଥାର୍ଥ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଏହି ଘଟଣାରେ ବିଭାଗୀୟ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।