
ଖୋର୍ଦ୍ଧା,(ସଞ୍ଜୀବ କୁମାର): ଡିସେମ୍ବର ମାସ 25 ତାରିଖ ଦିନଟିକୁ ପବିତ୍ର ବଡ଼ଦିନ ଭାବେ ବିବେଚିତ କରାଯାଉଥିବା ବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତୋରଣ ତଥା ଜନ୍ମୋତ୍ସୋବ ଆଣିଦେଇଥାଏ ଖ୍ରୀଷ୍ଟବଲମ୍ବୀଙ୍କ ମନରେ ଆନନ୍ଦ ଉଲ୍ଲାସ l ହେଲେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ସବୁପ୍ରକାର ପର୍ବପର୍ବାଣୀ ଉପରେ ଲାଗିଛି କଟକଣା l
କରୋନା କଟକଣା ଲାଗି ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଚର୍ଚ୍ଚ କୁ ଆସିବା ଉପରେ ହୋଇଛି କଟକଣା ସେଥିପାଇଁ କେବଳ ଭର୍ଚୁଆଲ୍ ରେ ମଧ୍ୟରେ ରହି ନିରାଡମ୍ବର ଭାବେ ଏହି ପର୍ବ ପାଳନ କରାଯାଇଛି l
କଟକଣା ପାଇଁ ଏଠାରେ ଥିବା ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ, ବେଥେଲ୍ ଚାପେଲ୍ ଚର୍ଚ୍ଚ, ସେଣ୍ଟ୍ ଜନ୍ ଚର୍ଚ୍ଚ ଆଦିରେ ବିଶେଷ ସାଜସଜା କି ଗହଳି ହୋଇନଥିବା ବେଳେ ରୋମାନ୍ କ୍ୟାଥଲିକ ଚର୍ଚ୍ଚ ରେ କମ୍ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଯୀଶୁଙ୍କ ଜନ୍ମୋତ୍ସୋବ ପାଳନ କରାଯାଇଛି l ଖ୍ରୀଷ୍ଟବଲମ୍ବୀ ମାନେ ନିଜ ନିଜ ଘରେ କେକ୍ କାଟି, ଘରକୁ ଆଲୋକ ରେ ସଜାଇ ଥିବା ଦେଖିବାକୁ ମିଳିଛି l






