Tuesday, October 13, 2026
Home ଜିଲ୍ଲା କନ୍ଧମାଳ ରାଜ୍ୟ ମହିଳା ଆୟୋଗର ସଦସ୍ୟାଙ୍କ ବନବାସୀ ସେବା ସମିତି ପରିଦର୍ଶନ

ରାଜ୍ୟ ମହିଳା ଆୟୋଗର ସଦସ୍ୟାଙ୍କ ବନବାସୀ ସେବା ସମିତି ପରିଦର୍ଶନ

64

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଜଲିନା ପ୍ରିୟଦର୍ଶିନୀ କନ୍ଧମାଳ ଜିଲ୍ଲା ବାଲିଗୁଡାର ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି କୁ ପରିଦର୍ଶନ ରେ ଆସି ଶିଶୁ ଯତ୍ନ ଅନୁଷ୍ଠାନ ଓ ଜରନିବାସର ଅନ୍ତେବାସୀଙ୍କ ଗହଣରେ ରହି ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କେକ କାଟିବା ପରେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ ।

ଏଥିରେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସଵ ଚନ୍ଦ୍ର ଜେନା, ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ୍ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ l ପ୍ରତୀକ୍ଷା ସ୍ବାଇଁ , ସରୋଜ ଆଲଟିଆ, ସୁଜିତ୍ ଦିଗାଲ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।