Saturday, November 14, 2026
Home ଆଞ୍ଚଳିକ ଜଗଦଳପୁର:ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗଦଳପୁର:ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

56
E.ranjan

ବ୍ରହ୍ମପୁର ସଦର,(କୁକୁଡାଖଣ୍ଡି-ଇ.ରଞ୍ଜନ): କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଳୟ ଅନ୍ତର୍ଗତ ଜଗଦଳପୁର ଗ୍ରାମର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମରେ ଅନେକ ଲୋକଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ 3422 ଟି ମଶୁରିବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ସରପଞ୍ଚ ହାଡୁବନ୍ଧୁ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ରାମଚନ୍ଦ୍ର ମହାପାତ୍ର ଯୋଗଦେଇ ମଶୁରିର ବେବହାର ଉପକାରିତା ଉପରେ ଲୋକଙ୍କୁ ସଚେତନ କରିଥିଲେ l

ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ବ୍ଲକର ଆଦିବାସୀ ଆଦ୍ୟୁସିତ ଅଞ୍ଚଳରେ ବଣ୍ଟନ ହୋଇଥିବା ବେଳେ ଆଜି ସହରାଞ୍ଚଳ ଆଖପାଖ ଅଞ୍ଚଳରେ ବଣ୍ଟନ କରାଯାଇଥିବା ଡ଼କ୍ଟର ରାମଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି l

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରଥ କର୍ମଚାରି ପଞ୍ଚାନନ ଦାଶ, ସୋହନ ପଟ୍ଟନାୟକ, ଭଗବାନ ମହାପାତ୍ର, ଏଏନଏମ ଗୀତାରାଣୀ ସାହୁ ସମେତ ଗ୍ରାମର ସମସ୍ତ ଅଙ୍ଗନବାଡି, ଆଶା କର୍ମୀ ଯୋଗଦେଇ ମଶୁରି ବଣ୍ଟନ କରିଥିଲେ|