
ରାୟଗଡା,(ବିଷମକଟକ-ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲ୍ଲାରେ ପୁଲିସର ଥାର୍ଡ ଡିଗ୍ରୀ। ହେଲମେଟ ନ ପିନ୍ଧି ଥିବାରୁ ବିଚ ରାସ୍ତାରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଶାକେଶ ଗାଁ ର ରାହୁଲ ହିମିରିକା (18) ଓ କିଷାନ କୋଲକା (17) ନାମକ ଦୁଇ ଯୁବକ ବାଇକ ଯୋଗେ ମା ମଝିଘରିଆଣୀ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ ଯାଞ୍ଚ ସମୟରେ ହେଲମେଟ ପିନ୍ଧି ନଥିବାରୁ ପୋଲିସ ଗାଡି ଅଟକାଇ ଥିଲେ। ଗାଡ଼ିରୁ ଚାବି ଟାଣି ନେବା ସହ ଲାଠି ସାହାଯ୍ୟରେ ଯୁବକଙ୍କୁ ପୁଲିସ ନିସ୍ତୁକ ମାଡ ମାରି ଥିବା ଅଭିଯେଗ ହୋଇଛି ।
ଫଳରେ ଯୁବକ ଜଣଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗି ରକ୍ତ ଶ୍ରାବ ହୋଇଥିଲା । ଯୁବକ ଜଣକ ତଳେ ପଡିଯିବା ପରେ ପୋଲିସ ଯୁବକଙ୍କୁ ସେଠାରେ ଛାଡି ଚାଲିଯାଇଥିଲା
। ସ୍ଥାନୀୟ ଲୋକ ପିଲାଟିକୁ ଉଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସ ର ବର୍ବରତା କୁ ବିରୋଧ କରି ପିଲାଙ୍କ ପରିବାର, ସାଙ୍ଗସାଥି ଓ ସ୍ଥାନୀୟ ଲୋକେ ଟାଉନ ଥାନା ଘେରାଉ କରାବା ସହ ଥାନା ସମ୍ମୁଖରେ ବସି ରହିଛନ୍ତି । ମାଡ ମାରିଥିବା ପୋଲିସକୁ ଡକାଯାଉ ଏବଂ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରି ଅଡିବସିଛନ୍ତି । ସେପଟେ ଜିଲ୍ଳା ମୁଖ୍ୟ ଚିକିତ୍ସାଅଳୟରେ ମଧ୍ଯ ଉତ୍ତେଜନା ପ୍ରକାଶ ପାଇ ଥିଲା।






