Wednesday, November 11, 2026
Home ଜିଲ୍ଲା ରାୟଗଡା:ପେଷାଦାର ସାମ୍ବାଦିକ ମାନଙ୍କୁ ନେଇ ପ୍ରେସ ୟୁନିଅଁନ ର ପଞ୍ଚମ ବାର୍ଷିକ ବନ୍ଧୁ ମିଳନ

ରାୟଗଡା:ପେଷାଦାର ସାମ୍ବାଦିକ ମାନଙ୍କୁ ନେଇ ପ୍ରେସ ୟୁନିଅଁନ ର ପଞ୍ଚମ ବାର୍ଷିକ ବନ୍ଧୁ ମିଳନ

78

ରାୟଗଡା,(ବିଷମକଟକ/ପ୍ରସନ କୁମାର ପଣ୍ଡା): ରାୟଗଡା ପେଷାଦାର ସାମ୍ବାଦିକ ମାନଙ୍କୁ ନେଇ ଗଠିତ ପ୍ରେସ ୟୁନିଅଁନ ର ପଞ୍ଚମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହେଇ ଯାଇଚି । ସହର ଉପକଣ୍ଠ ମା ସାଙ୍କେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ ରେ ଗଣ ମାଧ୍ୟମ ପ୍ରତିନିଧି ଏବଂ ସେମାନଙ୍କ ପେଶା ରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ହେଇଥିଲା । ପ୍ରତିବର୍ଷ ଭଳି ଜିଲ୍ଲା ରେ କର୍ଯ୍ୟରତ ବିଭିନ ଗଣ ମାଧ୍ୟମ ପ୍ରତିନିଧି ଏବଂ ସେମାନଙ୍କ ସଂଗଠନ ସଦସ୍ୟ ଙ୍କ ସହ ଉତ୍କଳ ଆଲୁମିନା ,ଇମ୍ଫା ଓ ଜେକେ କାଗଜ କଲ ର ଅଧିକାରୀ ମାନେ ଜୋଗ ଦେଇଥିଲେ ।

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ଏନ ,ଏନ ,ପାଢ଼ୀ କହିଥିଲେ ଯେ ସଙ୍ଘଠିତ ହେଇ ସମାଜ ସେବା କରିବା ହଁ ଗଣମାଧ୍ୟମ ର ଅନ୍ୟନାମ । ତେବେ କର୍ମକ୍ଷେତ୍ରରେ ପ୍ରତିନିଧି ଙ୍କ ଉପରେ ଆକ୍ରମଣ ସର୍ବଦା ନିନ୍ଦନୀୟ । ଏଥିପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତି ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ଗୋଟେ ଛତା ର ଛାଇ ତଳେ ରୁହନ୍ତି ତେବେ ଗଣମାଧ୍ୟମ ପ୍ରତିନିଧି ଓ ଅନୁଷ୍ଠାନ ର ବିକାଶ ରେ ଶିଳ୍ପା ଅନୁଷ୍ଠାନ ଗୁଡିକ ସହ ଭାଗୀତା ହେବା ର ବେଳ ଆସିଛି ବୋଲି ଜିଲ୍ଲା ସାମ୍ବାଦିକ ସଙ୍ଘ ର ଉପଦେଷ୍ଟା ବାଦଲ କୁମାର ତା କହିଛନ୍ତି ।ଅପରପକ୍ଷରେ ବିକାଶ ର ସମ୍ଭାବନା ଯେଉଁଠି ଅଛି ଜିଲ୍ଲା ର ଶିଳ୍ପାନୁଷ୍ଠାନ ଗୁଡିକ ସବୁବେଳେ ସହ ଭାଗୀତା ହେଇ ଆସିଛନ୍ତି ବୋଲି କାରଖାନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଶକ୍ତି ପାଣିଗ୍ରାହୀ ,ତନ୍ମମୟ ମହାନ୍ତି ,ଏବଂ ସୁନିଲ କୁମାର ନାଥ କହିଥିଲେ । ଏହି ଅବସରରେ ଜିଲ୍ଲା ର ପ୍ରାୟ 100 ରୁ ଉର୍ଧ୍ୟ ସାମ୍ବାଦିକ ଉପସ୍ଥିତ ଥିବା ବେଳେ ପ୍ରେସ ୟୁନିଅଁନ ର ସଭାପତି ଦୟାନନ୍ଦ ଖାଡ଼ଙ୍ଗା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବନ୍ଧୁମିଲନ କର୍ଯ୍ୟକ୍ରମ ସମ୍ପର୍ଣ୍ଣ ହେଇଥିଲା ।