
ବିଷମକଟକ,(ପ୍ରସନ କୁମାର ପଣ୍ଡା):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଇଚ୍ଛାପୁର ଗ୍ରାମପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀର ଉପଦ୍ରବରେ ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଅନେକ ଲୋକଙ୍କ ଚାଷ କ୍ଷତି ଘାଟେଇ ଥିବାର ଖବର ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଆଜି ସମ୍ପୃକ୍ତ ଦୁର୍ଗମ ଅଞ୍ଚଳର ଗସ୍ତ କରି କ୍ଷୟ କ୍ଷତିର ଆକଳନ କରି ୧୦ଟି ଘର ଓ ବହୁତ ଲୋକଙ୍କ ଚାଷ କ୍ଷତି ହୋଇଥିବା ବିଷୟରେ ଅବଗତ ହୋଇ ସମ୍ପୃକ୍ତ ବିଭାଗକୁ ତୁରନ୍ତ ପୀଡିତଙ୍କ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେବା ସହ ଘର ଭାଙ୍ଗି ଯାଇଥିବା ପରିବାରଙ୍କୁ ବିଜୁ ପକ୍କା ଘର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି l
ଏଥିସହ ସ୍ଥାନୀୟ ଲୋକଙ୍କୁ ସୁଖିଆ ଖାଦ୍ୟ ଏବଂ ଶୀତ ବସ୍ତ୍ର ବଣ୍ଟନ କରିଥିଲେ lଉକ୍ତ ଗସ୍ତ ସମୟରେ ରାୟଗଡା ଜିଲ୍ଲା ବିଜେଡି ସଭାପତିଶ୍ରୀ ସୁଧୀର କୁମାର ଦାଶ ପୂର୍ବତନ ରାୟଗଡା ଏସ ଡି ସି ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାଡ଼ୁରକ, ରାଜ୍ୟ ସମ୍ପାଦକ ବିଜୁ ଯୁବ ଜନତାଦଳ,ଶ୍ରୀ ଜ୍ୟୋତି ପ୍ରସାଦ ସାହୁ ,,ଉପ-ସଭାପତି ବିଜୁ ଯୁବ ଜନତାଦଳ ରାୟଗଡା ଶ୍ରୀ ଜଗନ୍ନାଥ ପ୍ରସାଦ ମୁନିଗୁଡା ବ୍ଲକ ବିଜେଡି ସଭାପତି ଧେରେନ୍ଦ୍ର ପାଣିଗ୍ରାହୀ ବିଜେଡି ନେତା ରତ୍ନ ଜୈନ , ଛାତ୍ର ନେତା ପ୍ରଦୀପ କୁମାର ପଣ୍ଡା ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ l









