
ବିଷମକଟକ/ଗୁଣୁପୁର (ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବନ୍ଧୁଗୁଡା ଗ୍ରାମ ନିକଟରେ ରହିଥିବା ଏକ କୁଅ ରୁ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ମହିଳାଙ୍କ ନାମ ଲକ୍ଷ୍ମି ଶବର ବୟସ ୪୦ ବୋଲି ଅନୁମାନ କରାଯାଉଛି।
ମହିଳା ମୃତ୍ୟୁ ନେଇ ଶବ କୁ ଜବତ କରି ସଂନ୍ଦେହ କରୁଛି ପୋଲିସ୍। ସ୍ବାମୀ କୁ ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି। ଗୁଣୁପୁର ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ କୁଅ ରୁ ବାହାର କରୀଥିଲେ। ମହିଳା ଙ୍କ ମୁଣ୍ଡ ରୁ ବ୍ଲଡ୍ ବାହାରୁଥିବା ଦେଖିବାକୁ ମିଳିଛି।ଅଧିକା ତଦନ୍ତ ପୋଲିସ୍ ଆରମ୍ଭ କରିଛି। ଏହା ଏକ ହତ୍ୟା ନା ଆମ୍ମହତ୍ୟା ତାକୁ ଖୋଳତାଡ କରୁଛି ପୋଲିସ୍।
ଗ୍ରାମ ବାସିଙ୍କ ଦୈାନିକ ବ୍ୟବହାର କରୁଥିବା କୁଅ। କାଲି ସଂନ୍ଧ୍ୟା ସୁଦ୍ଧା ଏହି କୁଅ କିଛି ଭି ପଡିନଥିବା ଦେଖିବାକୁ ମିଳିଛି। କିନ୍ତୁ ଆଜି ଯେତେବେଳେ ଶବ ଉଦ୍ଧାର ହୋଇଛି ତାହା ପୁଣି ଶବ ଦେହରୁ ଦୁର୍ଗନ୍ଧ ବାହାରିବା ସହ ଭାସୁଥିବା ଅବସ୍ଥାରେ। ଏହାକୁ ନେଇ ସଂନ୍ଦେହ ଘନିଭୁତ ହେଉଛି। ଏବଂ ଗୁଣୁପୁର ପୁର ପୋଲିସ ଏକ କେସ୍ ରୁଜୁ କରି ଥିବା ସୂଚନା ଦେଇଛନ୍ତି ଗୁଣୁପୁର ଥାନା ଅଧିକାରୀ।










