
ଆସିକା,୨୭/୯ (ଖିରୋଦ ବେହେରା): ଆସିକା ହରିହର ହାଇସ୍କୁଲ ଠାରେ ନାଭାଲ କ୍ୟାଡେଟଙ୍କ ଦ୍ୱାରା ସ୍ୱଚ୍ଚ ଭାରତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ହରିହର ହାଇସ୍କୁଲ ଏନସିସି ଅଫିସର ଶିବରାମ ମହାରଣା ଓ ଆସିକା ଟେକନିକାଲ ହାଇସ୍କୁଲ ଏଏନଓ କୈାଳାସ ଗୈାଡଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଆସିକା ହରିହର ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ହରିହର ହାଇସ୍କୁଲ ନାଭାଲ ୱିଙ୍ଗର ୭୦ ଜଣ ଏନସିସି କ୍ୟାଡେଟ ଏବଂ ଟେକନିକାଲ ହାଇସ୍କୁଲର ୭୦ ଜଣ କ୍ୟାଡେଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।



ସ୍ୱଚ୍ଚ ଭାରତ ପକ୍ଷ ଉଦ୍ଦେଶ୍ୟରେ ସମସ୍ତ କ୍ୟାଡେଟ ମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥଲା । ଏହି ଅବସରରେ ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ଏନସିସି ଗୀତ ଗାନ କରାଯାଇଥିଲା । ସ୍ୱଚ୍ଚ ଭାରତ ପକ୍ଷ ପାଳନ ସମ୍ପର୍କିତ ଏନସିସି ଅଫିସର ଶିବରାମ ମହାରଣା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହା ସହିତ ଆସିକା ହରିହର ହାଇସ୍କୁଲ ପରିସରରେ ଥିବା ପଚଂସଖା ପାର୍କରେ କ୍ୟାଡେଟ ମାନେ ସଫେଇ କାର୍ଯ୍ୟ କରିଥିଲେ ।



