
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀ ନିକଟସ୍ଥ ହରିରାଜପୁରସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଶୈବପୀଠରେ ଗୁରୁବାର ଭୂମି ପୂଜନ ଉତ୍ସବ ଆୟୋଜନ ହୋଇଥିଲା । ମହାଦେବଙ୍କ ପିଠରେ ୬୦ଫୁଟ ବିଶିଷ୍ଟ ଏକ ମୃଣ୍ମୟ ଶିବ ମୂତ୍ିର୍ର ସ୍ଥାପନଲାଗି ଆଜି ଭୂମି ପୂଜନ କରାଯାଇଛି । ଏନେଇ ଆଚଂଳିକ ନିର୍ମାଣ ସମିତି ଗଠନ କରାଯାଇଛି ।
ମନ୍ଦିରର ପୁର୍ବ ଦ୍ୱାର ପାଶ୍ୱର୍ ଶ୍ମଶାନ ନିକଟରେ ଏହି ବିଶାଳକାୟ ମୂର୍ତିର ନିର୍ମାଣ କରାଯିବ । ଏହି ମୃଣ୍ମୟ ମୂର୍ତିର୍ର ନିର୍ମାଣକାର୍ଯ୍ୟ ଓଡିଶାର ସ୍ୱନାମଧନ୍ୟ ମୂର୍ତି କାରୀଗର ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରମାକାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ହେବ । ୧୫ଫୁଟ ଉଚ୍ଚ ବିଶିଷ୍ଟ ୪୦ଫୁଟ ଚଉଡା ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ଉପରେ ଖଣ୍ଡଲାଇଟ ପଥର ଖଚିତ କରାଯାଇ ୬୦ଫୁଟ ବିଶିଷ୍ଟ ବିରାଟକାୟ ମୂର୍ତି ନିର୍ମାଣ କରାଯିବ ବୋଲି ନିର୍ମାଣ ଅଧିକାରୀ କହିଛନ୍ତି । ଏଥି ସହିତ ମୂର୍ତି ଚର୍ତୁପାଶ୍ୱରେ ଶିବ ପୁରାଣରେ ସମସ୍ତ ବିଷୟଗୁଡିକ ପଥରରେ ଖୋଦେଇ କରାଯାଇ କାରୁକାର୍ଯ୍ୟ ପ୍ରସ୍ତୁତ କରାଯିବ । ଏହି ମୂର୍ତିର ନିର୍ମାଣ କାର୍ଯ୍ୟଲାଗି ଅଢେଇରୁ ୩ବର୍ଷ ଲାଗିବ ।
ଏଥିଲାଗି ସମସ୍ତ ଖର୍ଚ୍ଚ ସୋମନାଥ ଦେବଙ୍କ ଦାନରୁ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏଥି ସହିତ ସମସ୍ତଭକ୍ତ ଏହି ନିର୍ମାଣ କାର୍ଯ୍ୟରେ ଦାନଦେଇ ସହଯୋଗ କରିପାରିବେ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଶନ୍ନ କୁମାର ମହାରଥୀ, ମୂଖ୍ୟ ଉପଦେଷ୍ଟା ସଂଗ୍ରାମ କେଶରୀ ପ୍ରଧାନ ଓ ପ୍ରଶାନ୍ତ କୁମାର ମଙ୍ଗରାଜ, ସଭାପତି ବିକ୍ରମ କେଶରୀ ପ୍ରଧାନ, ସମ୍ପାଦକ ସରୋଜ କୁମାର ସ୍ୱାଇଁ,କୋଷାଧ୍ୟକ୍ଷ କେଦାରନାଥ ପାଟ୍ଟଶାଣୀ,ବିକ୍ରମ କେଶରୀ ଚମ୍ପତି,ପ୍ରବୋଧ କୁମାର ମଙ୍ଗରାଜଙ୍କ ସମେତ ମୁର୍ତି ନିର୍ମାଣ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
ସେହିପରି ଏହି ଭୂମି ପୂଜନ ଉତ୍ସବ କାର୍ଯ୍ୟକ୍ରମରେ ପୁର୍ବତନ ସାଂସଦ ଡଃ ପ୍ରଶନ୍ନ ପାଟଶାଣୀ,ପୁର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ସୁଦିପ୍ତ ରାୟ,ଅଶ୍ରିତ ପଟ୍ଟନାୟକ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରଶନ୍ନ ସାହୁ, ମୁନା ପାଣିଗ୍ରାହୀ ଏବଂ ବହୁ ରାଜନେତା ଏବଂ ଶ୍ରଦ୍ଧାଳୁ ଯୋଗଦାନ ଦେଇଥିଲେ । ସୁଚନାଯେ, ଜଟଣୀ ହରିରାଜପୁର ଅଂଚଳରେ ଅବସ୍ଥାପିତ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୀଠକୁ ବିଭିନ୍ନ ପର୍ବପର୍ବାଣୀରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତ ଆସିଥାନ୍ତି ।
ରୋଗବ୍ୟାଧୀ କବଳରୁ ରକ୍ଷା ପାଇବାଲାଗି ଏଠାକୁ ଭକ୍ତମାନେ ମାନସିକ ନେଇ ଆସିଥାନ୍ତି । ଏଥି ସହିତ ବର୍ଷକୁ ଥରେ ଲକ୍ଷାଧୀକ ଭକ୍ତଙ୍କ ଗ୍ରହଣରେ ୮୦ଟି ଗ୍ରାମର ଦୋଳମାନଙ୍କୁ ନିୟନ୍ତ୍ରିତ କରାଯାଇଥାଏ । ଏହି ଦୋଳମାନଙ୍କୁ ନେଇ ଏକ ଦୋଳଉତ୍ସବ ଆୟୋଜନ ହୋଇଥାଏ । ଯାହା ହରିରାଜପୁର ମେଳଣ ନାମରେ ପ୍ରସିଦ୍ଧଲାଭ କରିଛି ।







