
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ରେଳପଥ ଓଭରବ୍ରିଜ ନିର୍ମାଣଲାଗି ଗୁରୁବାର ଉପଜିଲାପାଳଙ୍କ ଅଧ୍ୟତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଦିନ ଦୁଇଦିନ ମଧ୍ୟରେ ଜବରଦଖଲରେ ରହିଥିବା ୧୪୩ଜଣ ବ୍ୟବସାୟୀ ଉଛେଦ ହେବେ ।
ଏ ନେଇ ସେମାନଙ୍କୁ ପୁର୍ବରୁ ନୋଟିସ ଜାରି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଜବରଦଖଲ ଉଛେଦ ହୋଇପାରିଲା ନାହିଁ କି ବ୍ରିଜ ନିର୍ମାଣ କାର୍ଯ୍ୟ ତ୍ୱରାନିତ ହୋଇପାରିଲା ନାହିଁ । ତେଣୁ ଏନେଇ ଗୁରୁବାର ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜଟଣୀ ପୈାରପରିଷଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ।
ଏଥିରେ ବିଧାୟକ ସୁରେଶ କୁମାର ରାଉତରାୟ, ଆର ଆଣ୍ଡ ବି ଏକଜ୍ୟୁଟିଭ ଇଜିଂନିୟର ଦୀପକ କୁମାର ପାଣିଗ୍ରାହୀ, ପିଡବ୍ଲୁଡି ଏସଡିଓ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ, ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ, ତହସିଲଦାର ତପନ କୁମାର ମହାପାତ୍ର, ଆଡିସନାଲ ତହସିଲଦାର ଦିଲିପ କୁମାର ଷଡଙ୍ଗୀ, ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଓଭରବ୍ରିଜ ନିର୍ମାଣ କାର୍ଯ୍ୟକୁ ଖୁବଶିଘ୍ର ତ୍ୱରାନିତ କରିବା ଏବଂ ଏହି ସ୍ଥାନରେ ଜବରଦଖଲରେ ରହିଥିବା ବ୍ୟବସାୟୀମାନଙ୍କୁ ସେଠାରୁ ଉଛେଦ କରାଯାଇ ସ୍ୱତନ୍ତ୍ର ଭେଣ୍ଡିଂ ଯୋନ ସ୍ଥାପନ କରି ସେମାନଙ୍କୁ ବିସ୍ଥାପିତ କରିବାକୁ ଆଲୋଚନା ହୋଇଥିଲା ।
ଏନେଇ ଉପଜିଲାପାଳଙ୍କ ସମେତ ସମସ୍ତ ଅଧିକାରୀମାନେ ନିର୍ମାଣଧିନ ଫ୍ଲାଏ ଓଭରବ୍ରିଜ ସ୍ଥଳକୁ ପରିଦର୍ଶନ କରିଥିଲେ । ଜବରଦଖଲ ଉଛେଦପରେ ହରିଭାଇନାଛକ ପାଶ୍ୱର୍ ନୂଆବସଷ୍ଟାଣ୍ଡ ନିକଟରେ ଉଛେଦିତଙ୍କଲାଗି ଭେଣ୍ଡିଂ ଯୋନ ନିର୍ମାଣ କରାଯିବ ବୋଲି ଉପଜିଲାପାଳ ଶ୍ରୀ ସାହୁ ବ୍ୟବସାୟୀମାନଙ୍କୁ କହିଥିଲେ ।
ଏନେଇ ଭେଣ୍ଡିଂଯୋନ ନିର୍ମାଣସ୍ଥଳକୁ ବିଧାୟକ ସୁରେଶ କୁମାର ରାଉତରାୟ ନଡିଆଭାଙ୍ଗି ଶୁଭ ଉଦଘାଟନ କରିଥିଲେ । ସେହିପରି ଫ୍ଲାଏ ଓଭରବ୍ରଜି ନିର୍ମାଣ ସମୟରେ ଯାନବାହାନ ଯାତାୟତ ଉପରେ ମାଗଦର୍ଶିତା କରାଯାଇଛି । ଷ୍ଟେଟ ବ୍ୟାଙ୍କଛକଠାରୁ ବଡବଜାର ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରଖାଯିବ । ତେଣୁ ଯାତାୟତଲାଗି ଭାରୀଯାନଗୁଡିକ ସ୍ଥାନୀୟ ହରିଭାଇନାଛକଠାରୁ ରଥୀପୁର ଲେବଲକ୍ରସିଂ ଦେଇ ବୁଢାପଡା,କନ୍ତିଆ ଇତ୍ୟାଦି ପ୍ରବେଶପଥ ରହିବ ।
ହାଲୁକାଯାନ ପାଇଁ ଥାନାଛକ ଓ ପୋଷ୍ଟଅଫିସ ଛକଠାରୁ ଗାନ୍ଧୀପାର୍କ ପାଶ୍ୱର୍ରେ ଯାଇ ଭାୟା ରେଳପଥ ରାସ୍ତା ଅତିକ୍ରମକରି ସୀତାରାମଛକରେ ବାହାରିପାରିବେ । ସେହିପରି ନୀଳଚକ୍ର ମାର୍କେଟକୁ କେବଳ ୨ଚକିଆଯାନ ଓ ପଥଚାରୀମାନେ ଯାତାୟତ କରିପାରିବେ ।
ସିତାରାମଛକଠାରୁ ସର୍ଦ୍ଧାରପଟେଲ ମାର୍ଗକୁ ଯିବାଲାଗି ଆନ୍ଧ୍ରବ୍ୟାଙ୍କ ପାଶ୍ୱର୍ ରାସ୍ତାରେ ଯାଇପାରିବେ ବୋଲି ସୁଚାଙ୍କ ଦିଆଯାଇଛି । ଅନ୍ୟପକ୍ଷରେ ଉକ୍ତ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଚାଲିଥିବା ବେଳେ ନିର୍ମାଣଧୀନ ବ୍ରିଜତଳେ ବସି ବିପଦ ସଙ୍କୁଳ ଅବସ୍ଥାରେ ଉଠାବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ସେମାନଙ୍କୁ ସ୍ଥାନୀୟ ନିୟନ୍ତ୍ରୀତ ବଜାର କମିଟି(ଆରଏମସି) ପରିସରରେ ଥଇଥାନ କରାଯିବ ।





