
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀର ଯୁବ ସମାଜସେବୀ ମହମ୍ମଦ ରିଜୁୱଆନ, ପ୍ରଦିପ୍ତ କୁମାର ମର୍ଥା ,ହଵିଵୁର ରେହେମାନ, ବାସୁଦେବ ସେଠୀ , ଜିତେନ୍ଦ୍ର କୁମାର ପ୍ରହରାଜ, ସଞ୍ଜୀବ କୁମାର ସେଠ,ଛବିନ୍ଦ୍ର ଭୂୟାଁ ଙ୍କ ଦ୍ବାରା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ,ଓଡିଶା ଶାଖା ଜିଲ୍ଲା ଖୋର୍ଦ୍ଧା ର ଏକ ବୈଠକ ଜଟଣୀ ସହରରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଗ୍ରାହକ ଓ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ର ସମସ୍ତ ସଦସ୍ଯ ମାନେ ମନସ୍ଥ କରିଥିଲେ।
ଆଗାମୀ ଦିନରେ ଜଟଣୀର ସମସ୍ତ ଗ୍ରାମ ଓ ସହରାଞ୍ଚଳରେ ବୁଲି ବୁଲି ଗ୍ରାହକ ମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରାଯିବ ବୋଲି ପରିଷଦର ସଦସ୍ଯ ମାନେ ସୁଚନା ଦେଇଥିଲେ।






