Tuesday, October 13, 2026
Home ଜିଲ୍ଲା କନ୍ଧମାଳ ମୃତକ ପରିବାରକୁ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ମୃତକ ପରିବାରକୁ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

55

ବାଲିଗୁଡା,(ସୁକାନ୍ତ କୁମାର ପଣ୍ଡା): କନ୍ଧମାଳ ଜିଲ୍ଲା ନିଆଁରେ ପୋଡି ମୃତ୍ୟୁ ବରଣ କରିଥିବା ଘଟଣାରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ମୃତ ବୃଦ୍ଧାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି l ଏଥିସହ ନିଜସ୍ୱ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ବାଲିଗୁଡା ବ୍ଲକର କୋଡିନେଟରଙ୍କ ଜରିଆରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l

ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ସହ ପ୍ରଶାସନିକ ସ୍ତରରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି କନ୍ଧମାଳ ସାଂସଦ l ସୂଚନା ଅନୁଯାୟୀ ବାଲିଗୁଡା ବ୍ଲକ ସୁଡ୍ରା ପଂଚାୟତର କତେରୀଭଟା ଗାଁର ନୀଳାମ୍ବର ମଲିକଙ୍କ ସ୍ତ୍ରୀ ଫୁଲମତି ମଲିକ ଅତ୍ୟଧିକ ଥଣ୍ଡା ପାଇଁ ଘରେ ନିଆଁ ଜାଳି ଶୋଇଥିଲେ l ତେବେ ଦୁର୍ଭାଗ୍ୟ ଜନକ ଭାବେ ନିଆଁ ଶରୀରରେ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା l

ପରିବାର ଓ ପଡୋଶୀ ଚିତ୍କାର ଶୁଣି ଉଦ୍ଧାର ପାଇଁ ସବୁ ଉଦ୍ୟମ କରିଥିଲେବି ଜୀବନ ହାରି ଥିଲେ ଫୁଲମତି l ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ମଧ୍ୟ୍ୟ ଘଟଣାଟି ସ୍ତବ୍ଧ କରିଛି l କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ସାହାଯ୍ୟକୁ କତେରୀଭଟା ଗ୍ରାମ ବାସି ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି |