ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରସରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା

36


ଆସିକା,୨୭/୯(ଖିରୋଦ ବେହେରା): ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସ ପାଳନ ଅବସରରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସିନିୟର ଓ ଜୁନିୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ ଏବଂ କୁଇଜ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି ।

ଆସିକା ଶିକ୍ଷା ଅଧିନ ସମସ୍ତ ବିଦ୍ୟାଳୟରୁ ମୋଟ ୨୧୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିନିୟର ବକ୍ତୃତାରେ ୧୪ଜଣ, ଜୁନିୟରରେ ୬୦ ଜଣ, ଚିତ୍ରାଙ୍କନ ପ୍ରତି୍େୟାଗିତାରେ ୧୩ ଜଣ ସିନିୟର ଓ ୪୮ ଜଣ ଜୁନିୟର, କୁଇଜ ସିନିୟରରେ ୧୪ ଜଣ ଓ ଜୁନିୟରରେ୬୩ ଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ଆରମ୍ଭ ହୋଇଥିବା ବେଳେ ଆସିକା ବିଇଓ କୃତିବାସ ବାରିକ ପ୍ରତିଯୋଗିତାକୁ ଉଦଘାଟନ କରି ଶୁଭାରମ୍ଭ କରି ଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆସିକା ବିଡିଓ ସତ୍ୟ ସୁନ୍ଦର ରାଉତ, ବିଇଓ କୃତିବାସ ବାରିକ, ଏବିଇଓ ଭାଗିରଥୀ ପାତ୍ର, ଏବିଇଓ ଜେ.ଅରୁଣା, ବରିଷ୍ଠ ଆଇନଜୀବୀ ଦିଲ୍ଲିପ କୁମାର ପାଣିଗ୍ରାହି,ପୂର୍ବତନ କାଉନସିଲର ଏମ.ତାରିଣି ସେନାପତି, ଏମ.ରଶ୍ମିତା ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତହୋଇଥିଲା ।

ବିଇଓ କୃତିବାସ ବାରିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମସ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବକ୍ତୃତା ପ୍ରତିଯୋଗିତା କନିଷ୍ଠ ବର୍ଗରେ କାଳଷଣ୍ଡପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣି ଛାତ୍ରୀ ଜ୍ୟୋର୍ତିମୟୀ ପଣ୍ଡା, ବରିଷ୍ଠ ବର୍ଗରେ ହରିହର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ସନ୍ତୋଷ ପଣ୍ଡା, କୁଇଜରେ କନିଷ୍ଠ ବର୍ଗରେ ନଳବଟାଂ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣି ଛାତ୍ରୀ ସ୍ମୃତି ରେଖା ଗୈାଡ, ବରିଷ୍ଠ ବର୍ଗରେ ଜୟପୁର ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରଭାତି ବେହେରା, ଚିତ୍ରାଙ୍କନ କନିଷ୍ଠ ବର୍ଗରେ ଭେଟନଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପସା ପ୍ରିୟଦର୍ଶନୀ ଗୈାଡ, ବରିଷ୍ଠ ବର୍ଗରେ ଆସିକା ଏନଏସି ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚନା କୁମାରୀ ନାୟକ ପ୍ରମୁଖ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମକୁ ବ୍ଲକର ୧୩ଟି କ୍ଲଷ୍ଟର ସିଆରସିସି ସରୋଜ କୁମାର ନାୟକ, ଶିବ ଶଙ୍କର ଜେନା,ଜଗନ୍ନାଥ ଦାଶ, ଅମିୟ ସିନ୍ଧୁ ମୁନୀ, ମନୋରଞ୍ଜନ ପାଢି, ସତ୍ୟ ନାରାୟଣ ସେଠି, ସିମାଚଂଳ ସେଠି,ନିରଞ୍ଜନ ପରିଡା, ଧୋବା ବେହେରା, ବିଦ୍ୟାଧର ସାହୁ, ଗଣପତି ସେଠି, ଶୁଭେନ୍ଦୁ ଶେଖର ଜେନା, କାଳୁଚରଣ ଲେଙ୍କା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି ପ୍ରତିଯୋଗିତାରେ ୧୨ଜଣ ଶିକ୍ଷକ ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ବରିଷ୍ଠ ଶିକ୍ଷକ ଜୟରାମ ନାୟକ, ଶିକ୍ଷକ ଜୟଦେବ ଚର୍ଚ୍ଚି ଏବଂ ସରାକରୀ ବାଳିକ ଉଚ୍ଚ ବିଦ୍ୟାଳୟ କର୍ମଚାରୀ ଅମ୍ବୁପାଣି ସାହୁ, ସୁଶାନ୍ତ କୁମାର ସାହୁ ଏବଂ ନଳିନୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସଫଳ ରୁପାୟନ ପାଇଁ ସହ ଯୋଗ କରିଥିଲେ ।