Sunday, October 18, 2026
Home ଅପରାଧ ଗୁଣୁପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣୁପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

52

ଗୁଣୁପୁର/ବିଷମକଟକ,(ପ୍ରସ୍ନନ କୁମାର ପଣ୍ଡା): ଗୁଣୁପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ଘରେ ଭିଜିଲାନ୍ସ ଚଢ଼ାଉ ଗୁଣୁପୁରରେ କିଛି ମିଳି ନ ଥିବା ବେଳେ ବ୍ରହ୍ମପୁର,ଶେରଗଡ଼ ଏବଂ ଧରାକୋଟର ଚଢ଼ାଉ ଜାରି ,ଆଜି ରାୟଗଡା ଜିଲ୍ଲାର ଗୁଣୁପୁର ସହକାରୀ ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇ ଉଭୟ ସରକାରୀ

କାର୍ଯ୍ୟାଳୟ ଏବଂଘରେ ଚାଲି ଥିବା ବେଳେ କୌଣସି ଜିନିଷ ମିଳି ନ ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଡି ଏସ ପି ହେନରୀ କୁଲୁ ଅନ୍ୟ ପଟେ ଭିଜିଲାନ୍ସ ଚଢ଼ାଉ ବ୍ରହ୍ମପୁର, ଧରାକୋଟ ଏବଂ ଶେରଗଡ଼ ରେ ଚାଲି ଥିବା ସହ ବର୍ତ୍ତମାନ ସୁଦ୍ଧା 12 ଲକ୍ଷ ଟଙ୍କା, ତିନି ମହଲା ଘର, 12 ଟି ଦାମୀ ପ୍ଲଟ ଏବଂ ଧରାକୋଟ ରେ କ୍ରସର ଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡି ଏସ ପି ହେନରୀ ।