
ବିଷମକଟକ, (ପ୍ରସ୍ନନ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ତଥା ଗୁଣୁପୁର ବିଧାୟକ ପ୍ରାଥୀ ଡକ୍ତର ପୁରୁଷୋତ୍ତମ ଗମାଙ୍ଗ ମୃତ୍ୟୁ ରହସ୍ୟ ଘେରରେ ମୁର୍ତ୍ୟୁ ର ଏକ ବର୍ଷ ପରେ ମଧ୍ୟ କୌଣସି ଖୁଲାସା କରି ପାରିନି ପୋଲିସ ଏକ ବର୍ଷ ପୂର୍ତ୍ତି ଅବସର ରେ ଖୋଲା ସୂଚନା ଦେଲେ ସ୍ୱର୍ଗତ ଗମାଙ୍ଗ ଙ୍କ ପତ୍ନୀ ଡାକ୍ତର ସୁଜାତା ଦେବୀ ଗତବର୍ଷ 24 ଡିସେମ୍ବର 2019 ମସିହାରେ ରାୟଗଡା ଜିଲ୍ଲାର ଜିଲାପରିଷଦ ଅଧକ୍ଷ ତଥା ଗୁଣୁପୁର ବିଧାନସଭା ର କଂଗ୍ରେସ ପ୍ରାଥୀ ଡକ୍ତର ପୁରୁଷୋତ୍ତମ ଗମାଙ୍ଗ ଙ୍କ ରକ୍ତଜୁଡୁବୁଡୁ ଅବସ୍ଥାରେ ଗୁଣୁପୁର ସଦର ହସ୍ପିଟାଲ କୁ ଅଣାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ମୁର୍ତ୍ୟୁ ରାଜନୈତିକ ନା ଦୁର୍ଘଟଣା ଜନିତ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର
ଧରିଥିବା ବେଳେ ଆଜି ସ୍ୱର୍ଗତ ଡକ୍ତର ଗମାଙ୍ଗ ଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସର ରେ ଏକ ରକ୍ତ ଦାନ ଶିବିର ଗୁଣୁପୁର ସଦର ହସ୍ପିଟାଲ ପରିସର ରେ ଥିବା ରକ୍ତ ଭଣ୍ଡାର ରେ ଅନୁଷ୍ଠିତ ହୋଇଛି ବର୍ତ୍ତମାନ ସ୍ୱର୍ଗତ ଗମାଙ୍ଗ ଙ୍କ ଏହି ମୁର୍ତ୍ୟୁ କୁ ନେଇ ପୋଲିସ ପ୍ରଶାସନ ଉପରେ ସନ୍ଦେହ ପ୍ରକାଶ କରିବା ସହ ଦୀର୍ଘ ଏକ ବର୍ଷ ଧରି ତାଙ୍କ ସ୍ୱାମୀ ଙ୍କ ମୁର୍ତ୍ୟୁ ର ଖୁଲାସା କରିପାରୁ ନ ଥିବା ସୂଚନା ଦେଇ ଛନ୍ତି ତାଙ୍କ ପତ୍ନୀ ଡାକ୍ତର ସୁଜାତା ଦେବୀ ଆଜି ଏହି ଅବସର ରେ ପ୍ରାୟ 100 ରୁ ଉର୍ଦ୍ଧ ବ୍ୟକ୍ତି ରକ୍ତ ଦାନ କରିଥିବା ଜଣାପଡିଛି ତେଣୁ ରାଜ୍ୟ ସରକାର ହେଉ କିମ୍ବା ଜିଲ୍ଲା ପୋଲିସ ପ୍ରଶାସନ ହତ୍ୟା ର ରହସ୍ୟ ଉନ୍ମୋଚନ କରିବାକୁ ଦାବି କରିଛନ୍ତି ପରିବାର ଲୋକେ।





