Home ଖେଳ ରାଉରକେଲାରେ ହେବ ସର୍ବବୃହତ ହକି ଷ୍ଟାଡିୟମ

ରାଉରକେଲାରେ ହେବ ସର୍ବବୃହତ ହକି ଷ୍ଟାଡିୟମ

18
ipr/twitter

ଭୁବନେଶ୍ୱର,(ଆଇପିଆର) : ରାଉରକେଲାରେ ଏକ ବିଶ୍ୱସ୍ତରୀୟ ତଥା ଦେଶର ସର୍ବର୍ବୃହତ ହକି ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୁନ୍ଦରଗଡ଼ ହେଉଛି ହକି ପ୍ରତିଭାଙ୍କ ଏନ୍ତୁଡ଼ିଶାଳ। ଭାରତୀୟ ହକି ପ୍ରତି ସୁନ୍ଦରଗଡ଼ବାସୀଙ୍କ ଅବଦାନକୁ ସମ୍ମାନ ଜଣାଇ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି। ମୋର ଆଶା ଅତ୍ୟାଧୁନିକ ଭିତ୍ତିଭୂମି ସମ୍ବଳିତ ଏହି ଷ୍ଟାଡିୟମ ଆଗାମୀ ଦିନରେ ବିଶ୍ଵର ସବୁଠୁ ଭଲ ହକି ଷ୍ଟାଡିୟମ ଭାବେ ପ୍ରତିଷ୍ଠା ଲାଭ କରିବ।