
ଭୁବନେଶ୍ୱର,(ଆଇପିଆର) : ରାଜ୍ୟର ଗର୍ଭବତୀ, ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଶୁଖିଲା ରାସନ ଯୋଗାଣ ବ୍ୟବସ୍ଥାରେ ପ୍ରତିମାସର ୨୩ ତାରିଖରେ କରାଯାଉଥିବା ଛତୁଆ ମିଶ୍ରଣ କାର୍ଯ୍ୟ ଆଜି ସୁରୁଖୁରୁରେ ସମ୍ପାଦନ ହୋଇଛି। ଛତୁଆ ପ୍ରସ୍ତୁତିରେ ଗୁଣବତ୍ତା ବୃଦ୍ଧି କରିବା ପାଇଁ ପ୍ରସ୍ତୁତକାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଉଛି।





