
ଭୁବନେଶ୍ୱର,(ଆଇପିଆର) : କରୋନା ମହାମାରୀକୁ ରୋକିବା ପାଇଁ ପ୍ରାଥମିକ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ ସ୍ବେଚ୍ଛାକୃତ ଭାବେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆହ୍ୱାନ କରିଛନ୍ତି। ରାଜ୍ୟକୁ କରୋନାମୁକ୍ତ କରିବା ପାଇଁ ଆଉ କିଛି ଦିନ ନିୟମ ପାଳନ ସହିତ ସତର୍କତା ଅବଲମ୍ବନ କରିବାକୁ ସେ ବାର୍ତ୍ତା ଦେଇଛନ୍ତି।


