
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର):ଜଟଣୀସ୍ଥିତ କୁଦିଆରୀ ସମବାୟ ସମିତିଠାରେ ବୁଧବାର ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ଦ୍ୱାରା ଖରିଫଧାନ କ୍ରୟପାଇଁ ଧାନମଣ୍ଡିର ଉଦଘାଟନ କରାଯାଇଛି । ଆସିଷ୍ଟାଂଟ ରେଜିଷ୍ଟାର ସ୍ନିଗ୍ଧାରାଣୀ ଶତପଥୀଙ୍କ ପୈାରହିତ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ନିରଜଂନ ସାମଲ, ଯୋଗାଣଧିକାରୀ ପୃଥ୍ୱିରାଜ ପ୍ରଧାନ, କୁଦିଆରୀ ସମବାୟ ସମିତିର ଡିଇଓ ବିଶ୍ୱରଂଜନ ବଳିଆରସିଂହ, ସମ୍ପାଦକ ବିଶ୍ୱଜିତ ଭଂଜ ଏବଂ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଜଟଣୀଶାଖା ପରିଚାଳିକା ରୋଜାଲିନ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । କୁଦିଆରୀ ସମବାୟ ସମିତି ପାଇଁ ଜିଲାପ୍ରଶାସନ ପକ୍ଷରୁ ଚଳିତ ୧୬ତାରିଖରେ ମଣ୍ଡି ଉଦଘାଟନ କରିବାଲାଗି ପ୍ରତିଶୃତି ଦେଇଥିବା ବେଳେ କୈାଣସି କାରଣ ବସତଃ ୨୩ତାରିଖ ତଥା ଆଜି ପୁର୍ବାହ୍ନରେ ଉଦଘାଟନ କରାଯାଇଥିଲା ।
ମାତ୍ର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପୁର୍ବ ତାରିଖ ବିଳମ୍ବ ହେଉଥିବା ନେଇ ମଣ୍ଡିଖୋଲିବାକୁ ଚାଷୀଭାଇମାନେ ଦାବି କରିଆସୁଥିଲେ । ତେବେ ଏହି ତିଥୀ ବିଳମ୍ବହେବାପରେ ଚାଷୀଙ୍କ ପକ୍ଷରୁ ବିଭିନ୍ନ ମତ ପ୍ରକାଶ ପାଇଥିଲା । ମିଲର କ୍ୱିଂଟାଲ ପିଛା ୧ରୁ ୨କିଲୋ କାଟନିଛଟନି କରିବା ପରିବର୍ତେ ୫କିଲୋ କରିବାକୁ କହିଛି । ସେନେଇ ଚାଷୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିବା ଆଉ ଏକ ସମସ୍ୟାରେ ପରିଣତ ହୋଇଛି । ଏହି କ୍ରମରେ କୁଦିଆରୀ ସମବାୟ ସମିତି ମଧ୍ୟରେ ୫୬ଜଣ ଚାଷୀ ପଜିଂକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ମାତ୍ର ୨ଜଣଙ୍କୁ ଟୋକନ ମିଳିଛି । କନ୍ତିଆର ଚାଷୀ ଅମିନ ପ୍ରଧାନଙ୍କଠାରୁ ୨୨କ୍ୱିଂଟାଲ ୬୨କିଲୋ ଧାନ କ୍ରୟ କରାଯାଇଥିବା ବେଳେ କୁଦିଆରୀ ଅଂଚଳରଚାଷୀ ଟୁନି ତ୍ରିପାଠୀଙ୍କଠାରୁ ୨୫କ୍ୱିଂଟାଲ ୬୧କିଲୋ ଆଜି ଗୋଟିଏ ଦିନରେ ଧାନ କ୍ରୟ କରିଛି କୁଦିଆରୀ ସମବାୟ ସମିତି । କ୍ରୟଧାନର ସହାୟକ ମୂଲ୍ୟ ଚାଷୀଙ୍କ ଆକାଉଂଟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କଠାରୁ ଧାନକ୍ରୟ ବେଳେ ଏହାର ମାନ ନିର୍ଦ୍ଧାରଣ କରାଯିବ ବୋଲି ଉପଜିଲାପାଳ କହିଥିଲେ ।







