
ଆସିକା,୨୭/୯(ଖିରୋଦ ବେହେରା) : ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ଆସନ୍ତା ଜାନୁୟାରୀ ମାସ ୨୯ ତାରିଖ ଠାରୁ ୧ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ୧୦୮ ଗାୟତ୍ରୀ ମହାଯଜ୍ଞର ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବହୁ ବରିଷ୍ଠ ପରିଜନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ, ଜ୍ଞାନୀଜୀବୀଙ୍କ ଉପସ୍ଥିତିରେ ମହାଯଜ୍ଞକୁ ସଫଳ କରାଇବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ । ଏହା ସହିତ ୧୦୮ ମହାଯଜ୍ଞ ପୁର୍ବରୁ ୧୦୮ ଗ୍ରାମରୁ ମୃତିକା ଆଣି ମହାଯଜ୍ଞ କ୍ଷେତ୍ରକୁ ଦେବମୟ କରିବାର ସଂକଳ୍ପ ପାରିତ କରିଥିଲେ ।




ସଂକଳ୍ପର ପ୍ରଥମ ଦିବସରରେ ସ୍ଥାନିୟ ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ମହାଯଜ୍ଞର ସଫଳତା କାମନା କରିଥିଲେ । ବରିଷ୍ଠ ଆଇନଜୀବୀ ଦିଲ୍ଲିପ କୁମାର ପାଣିଗ୍ରାହି, ବୁଲୁ ପାଣିଗ୍ରାହି, ତ୍ରିପତି ବାଲାଜୀ ପ୍ରଧାନ, ରାବଣା ପାତ୍ର, ମହାଦେବ ସେଠି, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତି ରହି ମହାଯଜ୍ଞକୁ କିପରି ସୂଚାରୁ ରୁପେ ପରିଚାଳନା କରାଯାଇ ପାରିବ ସେ ଉପରେ ବକ୍ତବ୍ୟ ରଖିଥିଲେ । ଏହି ବୈଠକକୁ ପରିଚାଳନା କରିବା ପାଇଁ ଗଞ୍ଜାମ ଜିଲ୍ଲା ଉପଜୋନ ପ୍ରଭାରୀ ଡଃ. ବୃନ୍ଦାବନ ମିଶ୍ର, ଶରତ ଚନ୍ଦ୍ର ତ୍ରିପାଠି, ତ୍ରିନାଥ ସେଠି, ରାମହରି ପଟ୍ଟନାୟକ, ରବିନ୍ଦ୍ର ଗୈାଡ, ଗୋକୁଳ ଚନ୍ଦ୍ର ନାହକ ପ୍ରମୁଖ ଯୋଗ ଦେଇଥିଲେ । ଆସିକା, ଅଣ୍ଡିରାସିଂହ, ଫୁଲବାଣିର ବହୁ ବରିଷ୍ଠ ପରିଜନ ଯୋଗ ଦେଇ ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ ।



