Sunday, November 15, 2026
Home ଜିଲ୍ଲା ହନୁମନ୍ତପୁର ଗ୍ରାମପଞ୍ଚାୟତର ୱାର୍ଡ ମେମ୍ବର ପାଇଁ ଭୋଟ ଦାନ ସମ୍ପୂର୍ଣ

ହନୁମନ୍ତପୁର ଗ୍ରାମପଞ୍ଚାୟତର ୱାର୍ଡ ମେମ୍ବର ପାଇଁ ଭୋଟ ଦାନ ସମ୍ପୂର୍ଣ

15

ଚନ୍ଦ୍ରପୁର,(କୈଳାଶ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତର ତେରନମ୍ବର ୱାର୍ଡମେମ୍ବର ସଭ୍ୟ ପାଇଁ ମଙ୍ଗଳବାର ଦିନ କନେଡି ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉପ-ନିର୍ବାଚନ ହୋଇଯାଇଅଛି।ସାନିଙ୍ଗା ଦିବାକା ଓ ନିରାଙ୍ଗା ଦିବାକା ଦୁଇ ଜଣ ୱାର୍ଡମେମ୍ବର ପଦ ପାଇଁ ପ୍ରତିଧ୍ୱନ୍ଦୀ କରିଥିଲେ। ଏହି ଉପନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଭୋଟର ତାଲିକାରେ ଚାରିଶହଏକ ଜଣ ଥିବା ବେଳେ ସେଥି ମଧ୍ୟରୁ ଶହେ ଜଣ ମହିଳା ଦୁଇଶହ ଉଣେଇସି ଜଣ ପୁରୁଷ ନିଜର ମତଦାନ ସାବ୍ୟସ୍ତ କରିଥିଲେ।ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତି ଶ୍ରୁଙ୍ଖଳାର ସହ ଉପଯୁକ୍ତ ପ୍ରାଥିକୁ ବାଛିଥିଲେ ୱାର୍ଡବାସୀ। କୋଭିଡ଼ କଟକଣା ମଧ୍ୟରେ ଉପନିର୍ବାଚନକୁ ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, ତହସିଲଦାର ଇପିସ୍ପିତା ପାତ୍ର, ଚନ୍ଦ୍ରପୁର ଆଇଆଇସି ମୁକୁନ୍ଦ ଦେବ ନାୟକ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତଲୱାର ଜେନା,ଓ ଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରି ଏବଂ ପୋଲିସ ବାହୀନଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ସହ ଭୋଟର ମାନେ ଭୋଟଦାନ କରିଥିବାରୁ ବ୍ଲକ ପ୍ରଶାସନ ସଭିଙ୍କୁ ଧନ୍ୟବାଦ ଦେଇଥିଲେ।ଭୋଟ ଦାନ ସରିବା ପରେ ଭୋଟ ବକ୍ସକୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସିଲ କରାଯାଇଥିଲା।

ବୁଧୁବାର ଦିନ ବ୍ଲକ କାର୍ଯ୍ୟାଳୟରେ ସମସ୍ତଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା । ଭୋଟ ଗଣତି ପରେ ସାନିଙ୍ଗା ଦିବାକାକୁ ଶହେ ଅଣ ତିରିସି(୧୨୯) ଖଣ୍ଡ ଭୋଟ ମିଳିଥିବା ବେଳେ ନିରାଙ୍ଗା ଦିବାକାଙ୍କୁ ଅଣାଅସି(୭୯)ଖଣ୍ଡ ଭୋଟ ମିଳିଥିଲା। ସାନିଙ୍ଗା ଦିବାକା ପଚାଶ ଟି ଭୋଟ ଅଧିକା ପାଇ ୱାର୍ଡ ମେମ୍ବର ଭାବେ ବିଜୟ ଲାଭ କରିଥିବା ବିଡ଼ିଓ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।