Thursday, November 12, 2026
Home ଆଞ୍ଚଳିକ ଅଙ୍ଗନୱାର୍ଡ କେନ୍ଦ୍ରରେ ପୋଷାକ ଓ ସ୍ଵେଟର ବଣ୍ଟନ ଅନିୟମତତା, ବିରୋଧରେ ସଂଘର ଆନ୍ଦୋଳନ ଡକରା

ଅଙ୍ଗନୱାର୍ଡ କେନ୍ଦ୍ରରେ ପୋଷାକ ଓ ସ୍ଵେଟର ବଣ୍ଟନ ଅନିୟମତତା, ବିରୋଧରେ ସଂଘର ଆନ୍ଦୋଳନ ଡକରା

43

ଗଂଜାମ: ଆଜି ଜିଲ୍ଲାରେ ବିଭିନ୍ନ ଅଙ୍ଗନୱାର୍ଡ କେନ୍ଦ୍ରରେ ପ୍ରାକ ବିଦ୍ୟାଳୟ ଶିଶୁଙ୍କୁ ପୋଷାକ, ସ୍ଵେଟର ପ୍ରଦାନରେ ବିଭାଗୀୟ ନିର୍ଦ୍ଧେଶନାମର ଖୁଲୁମ୍ଖୁଲା ଉଲଘଂନ ବିରୋଧରେ ବ୍ୟାପକ ଆନ୍ଦୋଳନ ନିମନ୍ତେ ଆଜି ନିଖିଲ ଓଡିଶା ଅଙ୍ଗନୱାର୍ଡ କର୍ମୀ ସଂଘ, ଗଞ୍ଜାମ ଜିଲ୍ଲା କମିଟି ବୈଠକରେ ଆହ୍ଵାନ ଦିଆଯାଇଛି। ଆସିକା ସ୍ଥିତ ଅଶୋକ ହଲଠାରେ ଜିଲଲ ସଭାପତି ମମତା ଖୁଣ୍ଟିଆଙ୍କ ସଭାପତିତ୍ଵ ଅନୁଷ୍ଠିତ ସଭାରେ ଜିଲ୍ଲା ସଂପାଦିକା ନର୍ମଦା ନାହକ ପ୍ରମ୍ଭିକ ସୂଚନା ଦେଇଥିଲେ ।

ବୈଠକରେ ଅଙ୍ଗନୱାର୍ଡ କେନ୍ଦ୍ରର ପ୍ରାକ ବିଦ୍ୟାଳୟ ଶିଶୁଙ୍କୁ ପୋଷାକ ବଣ୍ଟନ ସମ୍ବନ୍ଧରେ ସରକାରଙ୍କ ସ୍ଵପ୍ନ ନିର୍ଦ୍ଧେଶନାମା ଯଥା ଯେଉଁ ସ୍ଵୟଂ ସହାୟିକା ଗୋଷ୍ଠୀ କିମ୍ବା ପାଖ ବ୍ଲକର କପଡା ସିଲେଇ ଇଉନିଟ ରହିଛି । ସେମାନଙ୍କୁ ଟେଣ୍ଡର ପ୍ରକ୍ରିୟାରେ ମାପ ନେଇ ଅଙ୍ଗନୱାର୍ଡ କେନ୍ଦ୍ରକୁ କପଡା ଯୋଗାଇବ । ଯଦି ସିଲାଇ ଇଉନିଟ ନାଥଏ ତେବେ ଅଙ୍ଗନୱାର୍ଡ କର୍ମୀ ମାନେ ଖୋଲା ବଜାରରୁ କ୍ରୟ କରି ବାଣ୍ଟିବେ।

ଅନୁରୂପ ଭାବେ ସ୍ଵେଟର ମଧ୍ୟ ବିଭାଗୀୟ ନିର୍ଦ୍ଧେଶନାମା ରହିଥିଲେ ମଧ୍ୟ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ସରକାରୀ ଆଇନକୁ ଖୁଲମ୍ଖୁଲା ଉଲଘଂନ କରି ନିର୍ଦ୍ଧିଷ୍ଠ ବ୍ୟବସାୟୀମାନେ ସ୍ଵୟଂ ସହାୟକ ଗୋଷ୍ଠୀ ନାମରେ ନିମ୍ନ ମାନର ସାମଗ୍ରୀ ଯୋଗାଇ ବ୍ୟାପକ ଅର୍ଥ ହଡପ କରି ଚାଲିଛନ୍ତି । ପ୍ରକାଶ ଥାଉକି ଜିଲ୍ଲାର କୌଣସି ସ୍ଵୟଂ ସହାୟକ ଗୋଷ୍ଠୀର ଟାଇଲର କିମ୍ବା ସ୍ଵେଟର ବୁଣା ୟୁନିଟ ନଥିବା ବେଳେ ଚଞ୍ଛକଣ କରାଯାଇଛି ଏବଂ ଅଙ୍ଗନୱାର୍ଡକର୍ମୀ ମାନେ ମନାକଲେ ନାନା ବାଟରେ ହଇରାଣ କରାଯାଉଛି ।

ତେଣୁ ଏହା ବିରୋଧରେ ଆଗାମୀ ଜାନୁୟାରୀ ଶେଷ ସପ୍ତାହରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋବ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି । ଏହି ବୈଠକରେ ଯୋଗଦେଇ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନା ଏଇକ୍ୟବକ ଆନ୍ଦୋଳନ ନିମାନେ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଣିକେଶ୍ବରୀ ପଟ୍ଟନାୟକ , ଗାୟତ୍ରୀ ପଣ୍ଡା , ପ୍ରତିମା ଦେବୀ , ମିତା ମିଶ୍ର, ସବିତା ଦେବୀ , ଆରଣପୁର୍ଣ ନାୟକ, ଉମରଣୀ ପାତ୍ର, ଦମୟନ୍ତୀ ଦୋରା, କେ ଅନୁସ୍ଵୟା ରେଡି , ମିନତୀ ବରାଡ , ବୁଲୁ ପାଣିଗ୍ରାହୀ, ପ୍ରମିଳା ଜେନା , ସୁନିତା କୁମାରୀ ସାହୁ , ବି ସୁନିତା ପ୍ରମୁଖ ବକ୍ତବ୍ୟ ନେଇ ଆନ୍ଦୋଳନ କୁ ସଫଳ ନିମନ୍ତେ ଆହ୍ଵାନ ଦେଇଥିଲେ ।