
ବାଲିଗୁଡ଼ା,(ସୁକାନ୍ତ କୁମାର ତ୍ରିପାଠୀ):ବାଲିଗୁଡ଼ା ଅଞ୍ଚଳରେ ଗତ କିଛି ଦିନ ଧରି ବେଆଇନ ଜମି ମାଫିଆଙ୍କ ରାଜ ବୃଦ୍ଧି ପାଇବାରେ ଲାଗିଥିଲା, ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଉପଖଣ୍ଡ ପ୍ରଶାସନ ତପ୍ତର ହେବାସହ ଫୁଲ ଆକ୍ସନ ମୁଡ଼ରେ ବାହାରିଛନ୍ତି ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର l ବାଲିଗୁଡା, ବଡଗାଁ ମୌଜା ସମେତ ଏନଏସିର ନୁଆସାହି, ଦଣ୍ଡପଦର, ପଣସପଡି, ଗୁଳିମରାପଦା,ମୁଣ୍ଡାସାହି ଭଳି ବିଭିନ୍ନ ବସ୍ତିରେ ଜମି ମାଫିଆ ବେଶ ସକ୍ରିୟ ହୋଇ ବଡ ବଡ ଅଟ୍ଟାଳିକା ନିର୍ମାଣ କରି କ୍ରୟ ଵିକ୍ରୟ ଓ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା
ଏହାପରେ ଆକ୍ସନ ମୋଡ଼ରେ ପ୍ରଶାସନ ପ୍ରାଥମିକ ଭାବେ 2 ନମ୍ବର ୱାର୍ଡ଼ ଡୁମୁଡ଼ି ସାହି, ଜାମପଦା ସାହି ଠାରେ ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କ ଉପସ୍ଥିତିରେ ସରକାରୀ ଜମି ଜବରଦଖଲ କରି ସରକାରୀ କର୍ମଚାରୀ ଅଟ୍ଟାଳିକା ନିର୍ମାଣ କରିଥିବା ସ୍ଥାନରେ ବିନା ଅନୁମତିରେ ପ୍ରବେଶ ନିଷେଧ ବୋର୍ଡ଼ ଲଗାଯାଇଛି l ଏବଂ କିଛି ପ୍ଲଟ ଓ ଖୋଲା ପଡ଼ିଆକୁ ମଧ୍ଯ ସିଲ୍ କରିଦିଆଯାଇଛି ଏହାପରେ ବିଭିନ୍ନ ୱାର୍ଡରେ ହୋଇଥିବା ସରକାରୀ ଜମି ବେଦଖଲ ଉପରେ ଉଛେଦ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି l
ଫଳରେ ଜମି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l କିଛି ସରକାରୀ କର୍ମଚାରୀ ସେହି ସିଲ ହୋଇଥିବା ଜମି କିଣି ଘର କରିବା ପ୍ରସ୍ତୁତ ଚଳାଇ ଥିବା ବେଳେ ହଠାତ୍ ତହସିଲଦାରଙ୍କ ଚଢାଉ ଯୋଗୁଁ ଭୟଭିତ ହୋଇଯାଇଛନ୍ତି l ଏପଟେ ବେ ଆଇନ ଜମି ଦଲାଲ୍ ଙ୍କ ଠାରୁ ସରକାରୀ ଜମି କିଣି ଥିବା ଲୋକ କିପରି ନିଜ ଟଙ୍କା ଫେରସ୍ତ ପାଇବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି l
ବର୍ତ୍ତମାନ ଜମି ମାଫିଆ ବେଆଇନ୍ ଭାବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅର୍ଜନ କରି ବିଳାସମୟ ଜୀବନ ବିତାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ଏହି ବେଆଇନ୍ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ମିଳିତ ନାଗରିକ କମିଟି ଓ ଗଣ ମାଧ୍ୟମ ପ୍ରଶ୍ନ ଉଠାଇ ଆସୁଥିଲା l ଜମିହୀନଙ୍କ ତରଫରୁ ବରମ୍ବାର ଦାବି ହୋଇ ଆସୁଥିଲା ମଧ୍ଯ କୌଣସି ତହସିଲଦାର ଉଚିତ଼୍ ପଦକ୍ଷପ ଗ୍ରହଣ କରୁନଥିଲେ l
କିନ୍ତୁ ଆଜି ତହସିଲଦାର ଶ୍ରୀ ପାତ୍ରଙ୍କ ପକ୍ଷରୁ ଏହି ଜବର ଦଖଲ ପ୍ରକିୟା ଆରମ୍ଭ ହୋଇଥିବା ଯୋଗୁ ଭୂମି ହୀନ ଓ ଗୃହହୀନ ବ୍ଯକ୍ତି ଖୁସି ବ୍ଯକ୍ତ କରିଛନ୍ତି l ମିଳିତ ନାଗରିକ କମିଟିର ସଭାପତି ଡ଼ଃ.ଅରୁପ କୁମାର ଜେନା ଓ ବରିଷ୍ଠ ଭାଜପା ନେତା କମଳା କାନ୍ତ ପାଣ୍ଡେ ସାଧୁବାଦ ଜଣାଇଛନ୍ତି l ଖୁବ ଶୀଘ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ଜବର ଦଖଲ ଉଛେଦ କରି ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବାକୁ ଦାବୀ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଆର ଆଇ ରୁନୁମା ମଲିକ, ଅମିନ ରମେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ I







