
ଭୁବନେଶ୍ୱର(ଆଇପିଆର): ଚଳିତ ବର୍ଷ ଖରିଫ ଋତୁରେ ଧାନ ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ଗତବର୍ଷ ତୁଳନାରେ ଆଜିସୁଦ୍ଧା ୨୩ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇପାରିଛି। ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଫେସବୁକ୍ ଲାଇଭ୍ ଜରିଆରେ ଚାଷୀଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରି ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।


