Sunday, October 11, 2026
Home ଜିଲ୍ଲା କନ୍ଧମାଳ ଜାଡରେ ଥରୁଛି ବାଲିଗୁଡା

ଜାଡରେ ଥରୁଛି ବାଲିଗୁଡା

102

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ରେ ଦିନକୁ ଦିନ ପାରଦ ଖସୁଛି ଓ ଶୀତ ବଢୁଛି। ଏଥି ସହ କୁହୁଡି ଆସ୍ତରଣରେ ସମଗ୍ର କନ୍ଧମାଳ କୁ ଘେରି ରହୁଛି। ଗତ ଚାରିଦିନ ହେଲା ଶୀତ ବଢିଛି ତା ସଙ୍ଗରେ କୋହଲା ପବନ ଓ ସଂଧ୍ୟାରୁ ଶୀତ ସାଙ୍ଗକୁ କାକର ପଡୁଛି। ସକାଳ 10 ଟା ପର୍ଯ୍ୟନ୍ତ ଲାଗି ରହୁଛି ଶୀତ ଓ କୁହୁଡି। ସକାଳୁ 8 ଟା ପର୍ଯ୍ୟନ୍ତ ଏଭଳି କୁହୁଡି ଆସ୍ତରଣ ରହୁଛି ଯାହାଫଳରେ ରାସ୍ତାରେ ବାଟ ଦିଶୁ ନାହିଁ ପାରଦ 4 ରୁ 6 ଡିଗ୍ରୀ ରହୁଛି |

ଆଗକୁ ଶୀତର ପ୍ରକୋପ ବଢିବାର ଥିବାରୁ ବାଲିଗୁଡା ସହରରେ ଅଧିକ କୁହୁଡି ଓ କାକର ପଡିବାର ସମ୍ଭାବନା ରହିଛି।ସମଗ୍ର କନ୍ଧମାଳ ଶୀତ ଓ କୁହୁଡି ଆସ୍ତରଣରେ ରହୁଥିବା ବେଳେ ଆଗକୁ କରୋନା ଭୟ ଆଶଙ୍କା ସୃଷ୍ଟି କରିଛି। କରୋନା ଭୟ ଥିଲେ ବି ଶୀତରୁ ମଜା ଉଠାଇବା ନିମନ୍ତେ ବହୁ ଲୋକ ଘରୁ ପଦାକୁ ବାହାରୁଛନ୍ତି। କିଏ ପ୍ରାତଃ ଭ୍ରମଣ କରୁଛନ୍ତି ତ ଆଉ କିଏ ବ୍ୟାୟାମ କରୁଛନ୍ତି । ଆଗକୁ ଶୀତ ଆହୁରି ବଢିବାର ଥିବାରୁ କନ୍ଧମାଳର ଗରିବ,ନିଃସହାୟ ଓ ଦିନ ମଜୁରି ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି। ଏପଟେ କରୋନାକୁ ଭୟ। ସେପଟେ ଶୀତକୁ ଭୟ। ସ୍ଥାନେ ସ୍ଥାନେ ଲୋକେ ଶୀତ ରୁ ରକ୍ଷା ପାଇବା ପାଇଁ ନିଆଁ ଜାଳିବସୁ ଥିବା ଦେଖିବାକୁ ମିଳିଛି |