Saturday, November 14, 2026
Home ଆଞ୍ଚଳିକ ଆସିକାରେ ବିଜେପି ପକ୍ଷରୁ କୃଷକ ସମ୍ମିଳନୀ

ଆସିକାରେ ବିଜେପି ପକ୍ଷରୁ କୃଷକ ସମ୍ମିଳନୀ

36

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ମକୁନ୍ଦପୁର ସ୍ଵପ୍ନେଶ୍ଵର ମନ୍ଦିର ନିକଟରେରେ ଭାରତୀୟ ଜନତା ଦଳ ପକ୍ଷରୁ କୃଷକ ସମ୍ୱିଳିନୀର ଅନୁଷ୍ଠିତ ହୋଇଯାଇଛି |ଉକ୍ତ ସମ୍ବିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ଵତନ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରମ, ରାଜ୍ୟ ଉପସଭାପତି ଭୃଗୁ ବସ୍କି ପାତ୍ର, ରାଷ୍ଟୀୟ ସାଧାରଣ ସମ୍ପାଦକ କୃଷକ ମୁର୍ଚ୍ଛା ସୁଗୁଣାକର ରାଓ, ଉପସ୍ଥିତ ରହିଥିଲେ l

ନୂତନ କୃଷକ ଆଇନକୁ ନେଇ ବିଭିନ୍ନ ରାଜନୀତିକ ଦଳ ମାନେ କୃଷକ ମାନଙ୍କୁ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି l କିନ୍ତୁ କୃଷି ଆଇନୀ ଦ୍ୱାରା ପ୍ରକୃତରେ କୃଷକ ମାନେ ଉପକୃତ ହେବେ ବୋଲି ବିଜେପିର ପ୍ରମୁଖ ନେତା ମାନେ ଅତି ସରଳ ଅଭିଭାଷଣ ଦେଇ ବୁଝେଇ ଥିଲେ l ସାଧାରଣ କୃଷକ ଚାହିଁଲେ ତାର ଫସଲ ସେ ଯେ କୌଣସି ସ୍ଥାନରେ ବିକ୍ରୟ କରି ପାରିବେ l