
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ସ୍ଥାନୀୟ ନୂଆଗାଁ ୟୁଜିୟୁପି ଉପ୍ରାବିଦ୍ୟାଳୟ ପରିସରରେ ୯ ଶଯ୍ୟା ବିଶିଷ୍ଟ ରାତ୍ରିିଯାପନ ଆଶ୍ରୟସ୍ଥଳୀର ଅସ୍ଥାୟୀ ଗୃହକୁ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ ଉଦଘାଟନ କରିଛନ୍ତି ।
ଏହି ଗୃହର ଉଦଘାଟନ କରାଯାଇଥିଲା ବେଳେ ସହରରେ ବୁଲିବୁଲି ଜଣେ କେହି ବାସହୀନ ଓ ନିରାଶ୍ରୟଙ୍କୁ ପୈାରପରିଷଦ ଆଣିପାରି ନଥିଲା । ତେଣୁ ଯେଉଁ ଉଦ୍ୟେଶ୍ୟରେ ଏହି ଆଶ୍ରୟସ୍ଥଳକୁ ଉଦଘାଟନ କରାଗଲା ତାହା ସାଧିତ ହେବ କି ନାହିଁ ସେନେଇ ଚାଲିଛି ଅଙ୍କକଷା । କାରଣ ମହାମାରୀ ସମୟରେ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖିବା ପରିବର୍ତେ ଅନ୍ୟତ୍ର ଏକ ଆଶ୍ରୟସ୍ଥଳରେ ରଖି କେବଳ ନିଜର କାର୍ଯ୍ୟ ସମ୍ପାଦନା କରିଛି ପୈାରପରିଷଦ ।
ଯଦି ଉକ୍ତ ସମୟରେ ଏହି ଅସହାୟମାନଙ୍କୁ ରଖାଯାଇଥାନ୍ତା ତେବେ ଏମାନେ ନିଶ୍ଚିନ୍ତ ଉପକୃତ ହୋଇପାରିଥାନ୍ତେ ବୋଲି ମାନବଧୀକାର କର୍ମି ବାସୁଦେବ କହିଛନ୍ତି ।
ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜଟଣୀ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତୀ,ଥାନା ଆଇଆଇସି ବିଶ୍ୱରଂଜନ ସାହୁ, ତହସିଲଦାର ତପନ କୁମାର ମହାପାତ୍ରଙ୍କ ସହିତ ମାନବଧୀକାର କର୍ମି ବାସୁଦେବ ସେଠୀ,ସଞ୍ଜୀବ କୁମାର, ହବିବୁର ରେହେମାନ ଓ ଅନ୍ୟମାନେ ଯୋଗଦେଇଥିଲେ ।





