Thursday, November 12, 2026
Home ଜିଲ୍ଲା ମୁନିଗୁଡା: ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନ ସମିତି ମୁନିଗୁଡ଼ାରେ ଗଠନ

ମୁନିଗୁଡା: ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନ ସମିତି ମୁନିଗୁଡ଼ାରେ ଗଠନ

37

ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ମୁନିଗୁଡାରେ ଅବସ୍ଥାପିତ ସୁଭଦ୍ରା-ଉଦ୍ଧବ ମଙ୍ଗଳ ଭବନ ପରିଷରରେ ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନ ସମନ୍ୱୟ ସମିତି ମୁନିଗୁଡା ବ୍ଲକ ପାଇଁ ଗଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ତଥା ଜିଲ୍ଲା ଅଭିଯାନ କମିଟିର ସଭାପତି ମାନନୀୟ ରାଜେନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗୀ ଚୈତନ୍ୟଜୀ ମହାରାଜ ଯୋଗଦେଇ ଥିଲେ।ସମ୍ମାନିତ ଅତିଥି ବ୍ଲକ ବିଶ୍ବହିନ୍ଦୁ ପରିଷଦ ସଭାପତି କୀର୍ତ୍ତିଚନ୍ଦ୍ର ପୃଷ୍ଟି ଓ ଜିଲ୍ଲା ପ୍ରଚାର ପ୍ରମୁଖ ମନୋରଞ୍ଜନ ଦଳାଇ ମଞ୍ଚସିନ ଥିଲେ।କୀର୍ତ୍ତିଚନ୍ଦ୍ର ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମନ୍ୱୟ ବୈଠକ ପ୍ରାରମ୍ଭରେ ପ୍ରେରଣାଦାୟୀ ଭାରତମାତା,ରାଷ୍ଟ୍ର ପୁରୁଷ ଓ ରାଷ୍ଟ୍ରୀୟ ସ୍ୱାଭିମାନର ପ୍ରତିବିମ୍ବ ପ୍ରଭୁ ଶ୍ରୀରାମଚନ୍ଦ୍ର,ସଂଘ ସଂସ୍ଥାପକ ପରମ ପୂଜନୀୟ ଡକ୍ଟରଜୀ,ଶ୍ରୀଗୁରୁଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଦୀପଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପ୍ରାରମ୍ଭିକ ଅବିଭାଷାଣରେ ଶ୍ରୀଯୁକ୍ତ ଦଳାଇ ରାମଜନ୍ମଭୂମୀରେ ମନ୍ଦିର ନିର୍ମାଣ ରାଷ୍ଟ୍ରିୟ ସ୍ୱାଭିମାନର ପ୍ରତୀକ ଓ ଏହା ସଭି ଭାରତୀୟଙ୍କ ଅନେକ ଦିନର ଆଶା ଆକାଂକ୍ଷାର ପବିତ୍ର ବିନ୍ଦୁ ବୋଲି କହିଥିଲେ।ମୁଖ୍ୟ ବକ୍ତା ଯୋଗୀ ଚୈତନ୍ୟଜୀ ମହାରାଜ ଭାରତୀୟ ଜନଜୀବନର ଅସ୍ମିତା,ଶ୍ରଧା,ଭକ୍ତି ଆଉ ବିଶ୍ବାସର ପ୍ରତିମୁର୍ତ୍ତି ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସଭିଙ୍କ ସହଯୋଗ କାମନା କରିଥିଲେ।ଜିଲ୍ଲା ସଭାପତି ରାମମନ୍ଦିରର ଇତିହାସ ଓ ଭାବିଷ୍ୟକୁ ନେଇ ଅନେକ କଥା କହିବା ସହ ପ୍ରତି ଭାରତୀୟଙ୍କ ସହଭାଗିତା ଓ ସହଯୋଗିତାରେ ଏହି ପୂର୍ଣ୍ଣକାର୍ଯ୍ୟ ହେବାର ଯୋଜନାକୁ ଵର୍ଣ୍ଣନ କରିଥିଲେ।ପଂଚାୟତ କମିଟି ମାନ ଗଠନ କରି କିପରି ପ୍ରତି ପରିବାରରେ ମନ୍ଦିର ନିର୍ମାଣ ସନ୍ଦେଷ ପହଞ୍ଚାଇବା ସହ ଆବାଶ୍ୟକ ନିଧି ସଂଗ୍ରହ କରାଯିବ ତାର ବିବରଣୀ ପ୍ରକାଶ କରିଥିଲେ।ଜିଲ୍ଲା ସମନ୍ୱୟ ସମିତିର ନିର୍ଦେଶ ଅନୁଯାୟୀ ବ୍ଲକରେ ଅଭିଯାନ ପ୍ରମୁଖ ଭାବେ କୀର୍ତ୍ତିଚନ୍ଦ୍ର ପୃଷ୍ଟି,ସହ ଅଭିଯାନ ପ୍ରମୁଖ ଯଥାକ୍ରମେ ପ୍ରଦୀପ ସାହୁ,ବିନୟ କୁମାରଙ୍କୁ,ନିଧି ପ୍ରମୁଖ ଭାବେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମକୃଷ୍ଣ ପାଣିଗ୍ରାହୀ,ସ ପ୍ରମୁଖ ଯଥାକ୍ରମେ ସୁରେନ୍ଦ୍ର ମଳିକ ଓ ବିଦ୍ୟାଧର ସାହୁଙ୍କ ନାମ ଘୋଷଣା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବିଜେପିର ବରିଷ୍ଠ କାର୍ଯ୍ୟକାର୍ତ୍ତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସର୍ବଶ୍ରୀ ରାମଚନ୍ଦ୍ର ବେହେରା,ବିରଭଦ୍ର ଆଚାରୀ,ରାମକୃଷ୍ଣ ପଣ୍ଡା,ରୁଦ୍ର ମିଗୁଲି, ଭୀମବେହେରା,ରାମକୃଷ୍ଣ ପାଣିଗ୍ରାହୀ,ପ୍ରଦୀପ ସାହୁ, ଦେବଦାସଜୀ,କ୍ଷମାଶାଗର ଦାସ,ପ୍ରଧାନ ଗୁରୁଜୀ ରମାକାନ୍ତ ବେରଦଳେଇ ପ୍ରମୁଖ ଆଲୋଚନାରେ ଭାଗ ନେଇ ମତ ରଖିଥିଲେ।ଏହି କାର୍ଯ୍ୟକ୍ରମକୁ ମୁନୁଗୁଡା ସରସ୍ୱତୀ ବିଦ୍ୟମନ୍ଦିରର ଗୁରୁଜୀ ଗୁରୁମାମାନଙ୍କ ମଧ୍ୟରୁ ରଶ୍ମିତା ନାୟକ,କଳ୍ପନା ମିଶ୍ର,ଗିରିଜା ମିଶ୍ର ,ବିଶ୍ବହିନ୍ଦୁ ପରିଷଦର ସମ୍ପାଦକ ନାଗେଶ୍ୱର ଆଚାରୀ,ବଜରଙ୍ଗଦଳ ଓ ସଂଘ ପରିବାରର ସମସ୍ତ କାର୍ଯ୍ୟକରତ୍ତା ସହଯୋଗ କରିଥିଲେ।ଶେଷରେ ସଂଘ ପାର୍ଥନା କରାଯାଇଥିଲା।ପଂଚାୟତ ଟୋଲି ଗଠନ ପରେ ବଜରଙ୍ଗଦଳ ବ୍ଲକ ସଂଯଯୋଜ ଚନ୍ଦନ ସାହୁ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।