
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା ଫୁଲ ମଲ୍ଲିକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କତେରିଭଟା ଗାଁ ରେ । ହାଡ଼ଭଙ୍ଗା ଶୀତରୁ ଟିକେ ରକ୍ଷା ପାଇବା ପାଇଁ ଗତ ରାତିରେ କତେରିଭଟା ଗାଁର ନିଳାମ୍ବର ମଲ୍ଲିକଙ୍କ ସ୍ତ୍ରୀ ଫୁଲ ମଲ୍ଲିକ ଘରେ ନିଆଁ ଜାଳି ଏକ ଦଉଡ଼ିଆ ଖଟରେ ଶୋଇଥିଲେ । ବିଳମ୍ବିତ ରାତିରେ କୌଣସି ପ୍ରକାରେ ଘରେଥିବା ଆସବାବପତ୍ରରେ ନିଆଁ ଲାଗିଯାଇଥିଲା ଏବଂ ଘର ଜଳି ଯାଇଥିଲା।ଚିତ୍କାର ଶୁଣି ପରିବାର ଓ ପୋଡ଼ସୀ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସମ୍ଭବ ହୋଇନଥିଲା | ସେହି ନିଆଁରେ ଫୁଲ ମଲ୍ଲିକ ଜୀଅଁନ୍ତା ଜଳି ଯାଇଥିବା ଜଣାପଡ଼ିଛି । ପରିବାର ଲୋକେ ଫୁଲଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ସେପଟେ ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଫୁଲମଲ୍ଲିଙ୍କ ଦରପୋଡ଼ା ଶବକୁ ଉଦ୍ଧାର କରିଥିଲେ । ବାଲିଗୁଡ଼ା ପୋଲିସ ଶବକୁ ଜବତ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।



