
କୁକୁଡାଖଣ୍ଡି,(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକର 25 ଟି ସ୍କୁଲ କୁ ସରକାର ବନ୍ଦ କରିବା ନିଷ୍ପତି କୁ ବିରୋଧ କରି ଏଆଇଡିଏସଓ ପକ୍ଷ ରୁ କୁକୁଡାଖଣ୍ଡି ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ।ଅଧିକାଂଶ ସ୍କୁଲ ଆଦିବାସୀ ଅଧୁସିତ ଅଞ୍ଚଳ ଥିବା ରୁ ।ଏହା କୁ ବନ୍ଦ କରିବାକୁ ନିଷ୍ପତି ନେଇଥିବା ବେଳେ ସମସ୍ତ ସ୍କୁଲ ଗୁଡିକୁ ଖୋଲିବାକୁ ଦାବିକରିଥିଲେ ।ଏଥିରେ ବନ୍ଦ ହୋଇଥିବା ସମସ୍ତ ବିଦ୍ୟାଳୟର କିଛି ସୁରକ୍ଷା କମିଟି ତରଫରୁ ୧0ଟି ସ୍କୁଲତରଫରୁ ଜିଲ୍ଲାପାଳ ଙ୍କ ପକଷ୍ଠରେ ଖୋଲିବା ପାଇଁ ନିବେଦନ ଥିବା ରୁ ଜିଲ୍ଲାପାଳ ବିଡ଼ିଓ ଙ୍କୁ ସ୍କୁଲର ସ୍ଥିତି କୁ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିବା ବି ଇଓ ଗିରିଧାରୀ ରାଓ ସୂଚନା ଦେଇଥିବା ଜାଣିବା ପାଇଁ ମିଳିଛି କିନ୍ତୁ ଆଜି ବିଭିନ୍ନ ସଂଘଟନ ଓ ଅଭିଭାବକ ମହଲ ରୁ ଆସି ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ଯେଉଁ ସ୍କୁଲ ବନ୍ଦ ପାଇଁ ନିଷ୍ପତି ହୋଇଛି ତାହାକୁ ସ୍କୁଲ ଖୋଲିବା ପୂର୍ଵରୁ ବିଦ୍ୟାଳୟ ଖୋଲିବା ପାଇଁ ସରକାର ପ୍ରଶାସନ ପାଖରେ ଦାବିକରିଛନ୍ତି ଏଥିରେ ଯୋଗଦେଇଥିବା ଏଆଇଡିଏସଓ ରାଜ୍ୟ ଉପସଭାପତି ସୋମନାଥ ବେହେରା , ଜିଲ୍ଲା କମିଟି ସଭାପତି ଶିବାନୀ ଶଙ୍କର ମିଶ୍ର,ନିମାଇ ଚରଣ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ପଦ୍ମଚରଣ ମଲିକ,ସୋମନାଥ ମଲିକ,ରାଜେନ୍ଦ୍ର ମଲିକ,ନରସିଂହ ମଲିକ ସମେତ ସଂଗଠନର କର୍ମୀ ମାନେ ଯୋଗଦେଇଥିଲେ।


