
ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଗୁଣୁପୁର ରେ ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରତି ବର୍ଷ ଡିସେମ୍ବର 7 ତାରିଖ ଠାରୁ 31 ତାରିଖ ଯାଏଁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ହେଉ ଥିବା ବେଳେ ଚଳିତ ବର୍ଷ ଗୁଣୁପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ଦକ୍ଷିଣ ଓଡିଶା ର ପ୍ରମୁଖ ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ସାଇକ୍ଲୋଥୋନ ତଥା ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ କୁ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯୁବ ବର୍ଗ ଙ୍କୁ ବ୍ୟାୟାମ ଉପରେ ଗୁରୁତ୍ୱ ଦେବାକୁ
ପରାମର୍ଶ ଦେଇ ସାଇକେଲ ଚଲାଇବ ଏକ ଉତ୍ତମ ବ୍ୟୟାମ ବୋଲି ଜଣାଇ ଥିଲେ ଉପଜିଲ୍ଲାପାଳ ଜେ ସୋନାଲ ଯୁବ ପୀଢ଼ି ଙ୍କ ସହ ସାଇକେଲ ଚଳାଇ ଯୁବ ବର୍ଗ ଙ୍କୁ ଉତ୍ସାହିତ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟ ର ସଚିବ ଡକ୍ତର ଚନ୍ଦ୍ରଧ୍ଵଜ ପଣ୍ଡା, ଡିନ ଏନ ଭି ଜେ ରାଓ, କେ ବିଜୟ କୁମାର, ପ୍ରଫେସର ଏ ଭି ଏନ ଏଲ ଶର୍ମା, ରବୀନ୍ଦ୍ର ପଣ୍ଡା, ପ୍ରେମାନୁଶୁ ରଥ ପ୍ରମୁଖ ଯୋଗ ଦେଇ ଥିଲେ ଏହି ଅବସର ରେ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ରୁ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଯାଏଁ ଏକ ସାଇକେଲ ରାଲି ବାହାରି ଲୋକଙ୍କୁ ସଚେତନତା ର ବାର୍ତ୍ତା ଦେଇ ଥିଲେ ।





