Home ଅପରାଧ 61kg ଗଞ୍ଜେଇ ଜବତ ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ଦୁଇ ଗିରଫ: ଆଜି କୋର୍ଟ...

61kg ଗଞ୍ଜେଇ ଜବତ ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ଦୁଇ ଗିରଫ: ଆଜି କୋର୍ଟ ଚାଲାଣ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ ବିବେକ

84

ବିଷମକଟକ,(ପ୍ରସନ କୁମାର ପଣ୍ଡା):ଗତକାଲି ପଦ୍ମପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗଜପତି ଜିଲ୍ଲା ରାଇପଙ୍ଗା ରୁ ଉତ୍ତରପ୍ରଦେଶ ର ବନାରସ କୁ ଚାଲାଣ ହେଉଥିବା ବେଳେ ନୂଆଗଡ ରେ ପୋଲିସକୁ ସନ୍ଦେହ ହେବାରୁ ଟାଟା ସୁମୋ ଗାଡି କୁ ଅଟକାଇ ପରେ ସେଥିରୁ ପ୍ରାୟ 61 kg ର ଦୁଇଟି ଜରି ବେଗ ରେ ଥିବା ଗଞ୍ଜେଇ କୁ ଜବତ କରିବା ସହ ଗାଡି ଚାଳକ ସହ ଦୁଇ ଜଣଙ୍କୁ ଗିରଫ କରି ଆଜି ଉଭୟ ଉତ୍ତରପ୍ରଦେଶ କୂଶନଗର ର ଜିତେନ୍ଦ୍ର ଗଣ୍ଡ ଏବଂ ଅଶୋକ ସିଂ କୁ କୋର୍ଟ ଚାଲାଣ କରିଥିବା ଗୁଣୁପୁର ଏସ ଡି ପି ସୂଚନା ଦେଇଛନ୍ତି ।

ଉଭୟ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦଫା 20 (b) (ii) C NDPS Act ରେ କେଶ ରୁଜ୍ଜୁ କରିଥିବା ଏବଂ ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ 6 ଲକ୍ଷ ଟଙ୍କା ହେବା ସହ ଅଧିକ ତଦନ୍ତ ଚାଲୁରହିଛି ବୋଲି ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏନ ଶ୍ରଵଣ ବିବେକ ଜଣାଇଛନ୍ତି ।