Friday, November 13, 2026
Home ଆଞ୍ଚଳିକ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଛତ୍ରପୁର ଥାନା ପରିଦର୍ଶନ

ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଛତ୍ରପୁର ଥାନା ପରିଦର୍ଶନ

36

ଛତ୍ରପୁର,(କିଶୋର ଚନ୍ଦ୍ର ମହାନ୍ତି): ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ସୋମବାର ପୂର୍ବାହ୍ନରେ ଛତ୍ରପୁର ଥାନା ପରିଦର୍ଶନ କରି ଥାନାର ସମସ୍ତ ନଥିପତ୍ର ଯାଂଚ୍ କରିବା ସହ ପଡ଼ି ରହିଥିବା ମାମଲା ଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀ ରାୟ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଥାନା ପରିସରରେ ଥିବା ସମସ୍ତ କକ୍ଷ ଗୁଡ଼ିକ ଖୋଲିବା ସହ ଥାନାକୁ ଆସୁଥିବା ଲୋକ ମାନଙ୍କୁ କିପରି ଉଚିତ ନ୍ୟାୟ ମିଳିବ ସେଥି ନିମନ୍ତେ ସମସ୍ତେ ଧ୍ୟାନ ଦେବାକୁ ମଧ୍ୟ ସେ କହିଥିଲେ । ଏହି ପରିଦର୍ଶନ ବେଳେ ଛତ୍ରପୁର ଏସଡିପିଓ ଗେୀତମ କିଶାନଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।