Saturday, October 10, 2026
Home ଜିଲ୍ଲା ଖୋର୍ଦ୍ଧା ପରୀ ପାଇଁ ବିଜେପି ପକ୍ଷରୁ ପଦଯାତ୍ରା

ପରୀ ପାଇଁ ବିଜେପି ପକ୍ଷରୁ ପଦଯାତ୍ରା

280

ଜଟଣୀ- (ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ଦ୍ୱାରା ଆରମ୍ଭ ହୋଇଥିବା ‘ପରୀକୁ ନ୍ୟାୟ ପଦଯାତ୍ରା’ ପ୍ରଭୁ ଲିଙ୍ଗରାଜଙ୍କ ନିକଟରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା

ସମୟରେ ପାତ୍ରପଡ଼ାଠାରେ ପହଂଚିବା ପରେ ଭାରତୀୟ ଜନତା ପାର୍ଟି ଜଟଣୀ ପକ୍ଷରୁ ବିଧାୟକ ପାର୍ଥ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତାଙ୍କୁ ନେଇ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଏହାପରେ ୪୦୦ରୁ ଉର୍ଦ୍ଧ କର୍ମୀ ଜାତୀୟ ରାଜପଥ ଉପରେ ପ୍ରାୟ ୧୦ କିମି. ବାଟ ଅତିକ୍ରମ କରି ଯାଳାଁ ସ୍ଥିତ ବାଟ ଭୁଆଷୁଣୀ ମନ୍ଦିର ନିକଟରେ ପହଂଚିଥିଲେ । ସେଠାରେ ଏକ ସାଧାରଣ ସଭାରେ ରାଜ୍ୟ ନେତୃତ୍ୱ ମାନେ ଉଦବୋଧନ ଦେଇଥିଲେ । ଏହି ସଭାକୁ ଜଟଣୀ ବିଜେପି ବିଧାୟକ ପାର୍ଥି ବିଶ୍ୱରଞ୍ଜନ ବଡ଼ଜେନା ସଭାପତିତ୍ୱ କରିଥିଲେ ।

ଉକ୍ତ ପଦଯାତ୍ରାରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ସମ୍ପାଦକ ଗୋଲୋକ ମହାପାତ୍ର, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ରାଜ୍ୟ ଦୁଇ ମୁଖପାତ୍ର ଯତୀନ ମହାନ୍ତି ଓ ସୁଦୀପ୍ତ ରାୟ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ରଶ୍ମି ମୟୀ ପଟ୍ଟନାୟକ, ପୂର୍ବତନ ବିଧାୟକ

ରମାରଞ୍ଜନ ବଳିଆରସିଂ,ଯତୀନ ମହାନ୍ତ,ପୂର୍ବତନ ମନ୍ତ୍ରୀ ସୁରମା ପାଢ଼,ଖୋର୍ଦ୍ଧା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବିନା ଭଞ୍ଜଦେଓ, ଉପସାଭପତି ରୋଜିନା ରାଣୀ ଦାଶ,ସାଂସଦଙ୍କ ପ୍ରତିନିଧି ପଦ୍ମଚରଣ ପ୍ରଧାନ,ଡାକ୍ତର ବେହେରା,ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର,ଆଇ ଟି କୋଡିନେଟର ରୋସନ୍ ସାହୁ, ସମ୍ପାଦକ ମନୋଜ ନନ୍ଦ, ଏବଂ ସମସ୍ତ ମଣ୍ଡଳ ସଭାପତି ମାନେ ଯୋଗ ଦେଇଥିଲେ ।