Sunday, October 11, 2026
Home ଜିଲ୍ଲା କନ୍ଧମାଳ ଗୃହରକ୍ଷୀଙ୍କ ଆତ୍ମହତ୍ୟା

ଗୃହରକ୍ଷୀଙ୍କ ଆତ୍ମହତ୍ୟା

166

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ସହରର ଗୌଡ଼ସାହିରେ ଘରଭଡ଼ା ନେଇ ରହୁଥିବା ଜଣେ ଗୃହରକ୍ଷୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଗୃହରକ୍ଷୀଜଣକ ନାମ ହଉଛି ସୀମାଞ୍ଚଳ ମହାନ୍ତି ଓ ତାଙ୍କର ବୟସ 39 ବର୍ଷ | ସେ ଘୁ. ଉଦୟଗିରି ଥାନାରେ କାର୍ଯ୍ୟ କରୁଥିଲେ। ଗତ ୩ ଦିନ ହେବ ତାଙ୍କର ଦେଖା ନ ଥିଲା। ତେଣୁ ସେ ତିନି ଦିନ ତଳୁ ଆତ୍ମହତ୍ୟା କରିଥିବେ ବୋଲି ଶବକୁ ଦେଖି ଅନୁମାନ କରାଯାଉଛି। କିଛି ବର୍ଷ ତଳେ ଏକ ଦୁର୍ଘଟଣାରେ ସୀମାଞ୍ଚଳଙ୍କର ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ଚିକିତ୍ସା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ। ଆଘାତ ଲାଗିଥିବା ସ୍ଥାନରେ ବ୍ୟଥା ପ୍ରବଳ ହେଉଥିବାରୁ ସେ ଖୁବ୍‌ କଷ୍ଟ ଅନୁଭବ କରୁଥିଲେ। କୌଣସି ସମସ୍ୟାକୁ ନେଇ ପାରିବାରିକ ଅଶାନ୍ତି ଯୋଗୁଁ ତାଙ୍କ ପତ୍ନୀ ମଧ୍ୟ ପାଖରେ ରହୁ ନ ଥିଲେ। ଏସବୁ କାରଣରୁ ସୀମାଞ୍ଚଳ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।ଘଟଣାସ୍ଥଳରୁ ପୁଲିସ ସୀମାଞ୍ଚଳଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏସ୍‌ଆଇ ବିଭୁତିଭୂଷଣ ମୁଦୁଲି ଏହି ଘଟଣାର ତଦନ୍ତ କରୁଥିବା କଥା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।