Sunday, October 11, 2026
Home ଜାତୀୟ ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଂଘର ସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭାସହ ବୈଠକରେ ନୂତନ...

ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଂଘର ସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭାସହ ବୈଠକରେ ନୂତନ କାମଚଳା ସଭାପତି ମନୋନୀତ

60

ନୂଆଦିଲ୍ଲୀ,(ଲକ୍ଷ୍ମୀ ନାରାୟଣ ବେବର୍ତ୍ତା) : ଶ୍ରୀ ନୀଳାଚଳ ସେବାସଂଘ ତଥା ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସଦସ୍ୟ ଏବଂ ସଭାପତି ଦାୟିତ୍ୱରେ ଥିବା ଶତ୍ରୁଘନ ନାୟକଙ୍କ ନିକଟରେ ଦେହାନ୍ତ ହୋଇଥିବା ଯୋଗୁ ଗତକାଲି ସ୍ଥାନୀୟ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟାରେ ସଙ୍ଘର ଏକ କାର୍ଯ୍ୟକାରିଣୀ ବୈଠକ ବସି ସ୍ବର୍ଗତ ନାୟକଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବl ସହ ତାଙ୍କର ସ୍ମୁତିଚାରଣ କରାଯାଇଥିଲା | ଏତତ ବ୍ୟତୀତ କାର୍ଯ୍ୟକାରିଣୀ ବୈଠକରେ ନୂତନ ସଭାପତି ନିର୍ବାଚିତ ହେବାଯାଏ ସଙ୍ଘର ବରିଷ୍ଠ ସଦସ୍ୟ ବିଘ୍ନେଶ୍ୱର ରାଉତଙ୍କୁ କାମଚଳl ସଭାପତି ଭାବେ ମନୋନୀତ କରାଯାଇ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଅଯାଇଥିଲା | ସଙ୍ଘର ସଦସ୍ୟ ଅଜୟ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତଏହି ଶ୍ରଦ୍ଧାଞ୍ଜଳି ସଭାରେ ମନ୍ଦିର ତଥା ଶ୍ରୀ ନୀଳାଚଳ ସେବାସଙ୍ଘର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, ଅଭୟ ପ୍ରଧାନ, କୋଷାଧକ୍ଷ ପଙ୍କଜ ମହାନ୍ତି, ସଦସ୍ୟ ଖିରୋଦ ପାତ୍ର, ବାସୁଦେବ ପାତ୍ର, ଅଶୋକ ପ୍ରଧାନ (ଵି ) ଦିଲୀପ ସ୍ୱାଇଁ, ଆମ୍ବୁଲ୍ୟ ଓଝା, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର, ସୁକାନ୍ତ ସାହୁ, ଅଭିରାମ ସୁତାର, ନିଶିଧର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଶତ୍ରୁଘନ ନାୟକଙ୍କ ସ୍ମୃତି ଚାରଣ କରିବା ସହ ବୈଠକ ରେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ |